ମନ୍ତ୍ରୀ ଓ ବିଧାୟକମାନଙ୍କୁ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ
ଭୁବନେଶ୍ୱର: ଆଜି ରାଜ୍ୟ ମନ୍ତ୍ରୀ ଓ ବିଧାୟକମାନଙ୍କୁ ରାଜ୍ୟ ସରକାର ଏକ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ଓ ବିଧାୟକମାନଙ୍କୁ ବିଭିନ୍ନ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି । ତେବେ ଜାଣନ୍ତୁ କେଉଁ ମନ୍ତ୍ରୀ ଓ ବିଧାୟକଙ୍କୁ ମିଳିଲା କେଉଁ ଜିଲ୍ଲାର ଦାୟିତ୍ୱ-
* ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା- ଅନୁଗୁଳ
* ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀ-ବଲାଙ୍ଗୀର
* ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ-ବରଗଡ଼
* ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ-ଭଦ୍ରକ
* କଣ୍ଟାମାଳ ବିଧାୟକ ମହିଧର ରାଣା-ବୌଦ୍ଧ
* ନିଆଳି ବିଧାୟକ ପ୍ରମୋଦ କୁମାର ମଲିକ-କଟକ
*ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ-ଦେବଗଡ଼
* ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ରମ୍-ଢେଙ୍କାନାଳ
* ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା-ଗଜପତି
* ପୂର୍ତ୍ତ, ଖଣି ଏବଂ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ-ଗଞ୍ଜାମ
* ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲିକ-ଜଗତ୍ସିଂହପୁର
* ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ-ଯାଜପୁର
* ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ-ଝାରସୁଗୁଡ଼ା
* ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ-କଳାହାଣ୍ଡି
* ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ-କନ୍ଧମାଳ
* କୃଷି, ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ-କେନ୍ଦ୍ରାପଡ଼ା
* ପାଟଣା ବିଧାୟକ ଜଗନ୍ନାଥ ନାୟକ-କେନ୍ଦୁଝର
* ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ-ଖୋର୍ଦ୍ଧା
* କୋରାପୁଟ ବିଧାୟକ ରଘୁରାମ ପାଦଲ-କୋରାପୁଟ
* ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା-ମାଲକାନଗିରି
* ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର-ମୟୂରଭଞ୍ଜ
* ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ-ନବରଙ୍ଗପୁର
* ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ-ନୟାଗଡ଼
* ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ-ନୂଆପଡ଼ା
* ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ-ପୁରୀ
* ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସଚୀ-ରାୟଗଡ଼ା
* ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ-ସମ୍ବଲପୁର
* ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ-ସୁବର୍ଣ୍ଣପୁର
* ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ-ସୁନ୍ଦରଗଡ଼

Comments are closed.