ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ

ପୁରୀ : ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଅକ୍ଟୋବର ୩ରୁ ନଭେମ୍ବର ୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବ କାର୍ତ୍ତିକ ମାସ ନୀତି । ନୀତି ନିର୍ଘଣ୍ଟ ଅନୁମୋଦନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ।

ଅକ୍ଟୋବର ୩ ତାରିଖରେ ଶ୍ରୀଜୀଉଙ୍କ ଦାମୋଦର ବେଶ ସହ ବାଳଧୂପ ନୀତି ଆରମ୍ଭ ହେବ । ଏହାପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ,ତଡପଲାଗି,ଅବକାଶ, ସକାଳଧୂପ ନୀତି ପରେ ବାଳଧୂପ ବାହାରୁ ଥିବାରୁ କେତେବେଳେ ଶ୍ରୀମନ୍ଦିର ଫିଟାଯାଇ ଏହି ନୀତି ସବୁ ହେବ ସେନେଇ ବୈଠକରେ ବିଭିନ୍ନ ନିଯୋଗର ସେବକଙ୍କ ସହ ଆଲୋଚନା କରାଯିବ। ଏହାସହ ପଞ୍ଚୁକ ବ୍ରତ ପାଇଁ ମହାପ୍ରଭୁଙ୍କୁ ବିଭିନ୍ନ ପ୍ରକାର ବେଶ ଯଥା ନଭେମ୍ବର ୨ ତାରିଖରେ ଲକ୍ଷ୍ମୀନାରାୟଣ ବେଶ ଓ ହରି ଉତ୍‌ଥାପନ, ୩ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶ ଓ ଗରୁଡ଼ ଉତ୍‌ଥାପନ, ୪ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ, ୫ ତାରିଖରେ ରାଜାଧିରାଜ ବେଶ କରାଯିବ ଓ ପଞ୍ଚୁକର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରଭୁ ସୁନାବେଶରେ ବିଭୂଷିତ ହେବାକୁ ଥିବାରୁ ଏହା ଉପରେ ମଧ୍ୟ ବୈଠକରେ ଆଲୋଚନା ହେବ।

Launching Ceremony of “AYUSHMAN BHARAT

Comments are closed.