ସୋନପୁର : ବୌଦ୍ଧ-ମନମୁଣ୍ଡା ବାଇପାସ ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର I ମୃତ ବ୍ୟକ୍ତି ଜଣଙ୍କ ହେଲେ ଚିତ୍ତରଞ୍ଜନ ନାୟକ। ମୃତକଙ୍କର ନାମ ଚିତ୍ତରଞ୍ଜନ ନାଏକ ହୋଇଥିବାବେଳେ ମନମୁଣ୍ଡା ନିକଟ ଦେଉଳି ଗାଁରେ ଭଡାରେ ରହୁଥିବା ଜଣାଯାଇଛି । ଚିତ୍ତରଞ୍ଜନ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ଜଣାପଡିଛି ।
ଆଜି ସକାଳେ ଚିତ୍ତ ରଞ୍ଜନଙ୍କ ମୃତଦେହ ବୌଦ୍ଧ-ମନମୁଣ୍ଡା ବାଇପାସ୍ ନାଳରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଚିତ୍ତ ରଞ୍ଜନଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଚିତ୍ତରଞ୍ଜନଙ୍କ ମୃତଦେହ ନିକଟରେ ମଦ ବୋତଲ, ଗ୍ଲାସ ଓ ପାୱାରବେଙ୍କ ପଡ଼ିଛି। ଏହାସହ ଏକ ମଟର ସାଇକେଲ ମଧ୍ୟ ପଡ଼ିଛି । ଏହି ଘଟଣାରେ ମନମୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ନାଁ ମୃତ୍ୟୁର କାରଣ ଅନ୍ୟକିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

Comments are closed.