ବାଙ୍କୀ : କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ନୁଆସାହି ଠାରେ ଥିବା ଏକ କ୍ଳବ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି I କ୍ଳବ ଘର ବାହାରେ ମୃତଦେହ ପଡି ରହିଥିବାବେଳେ ତା ପାଖରେ ପଡିରହିଛି ଖଣ୍ଡା, ମୋବାଇଲ୍ ଓ ଚପଲ । ମୃତ ଯୁବକ ଜଣକ ସେହି ଗାଁର ଶୀତଲ ସାହୁ ବୋଲି ଜଣାପଡ଼ିଛି। ତେବେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.