‘ନୂଆ ଓ’ ପାଇଁ ୨୬୧ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବିଜେଡି ସରକାର

ଭୁବନେଶ୍ବର: ବିଜେଡି ସରକାରଙ୍କ ‘ନୂଆ ଓ’ କୁ ନେଇ ଗୃହରେ ତଥ୍ୟ ରଖିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ‘ନୂଆ ଓ’ ପାଇଁ ବିଜେଡି ସରକାର ଖର୍ଚ୍ଚ କରିଥିଲେ ୨୬୧ କୋଟି ଟଙ୍କା । ‘ନୂଆ ଓ’ କାର୍ଯ୍ୟକ୍ରମରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ ପୂର୍ବ ସରକାର। କେବଳ ଟି – ସାର୍ଟ ବାଣ୍ଟିବା ପାଇଁ ୧୪ କୋଟି ଖର୍ଚ୍ଚ ହୋଇଥିଲା । ସେହିପରି କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମରେ ୯୨ କୋଟି ଏବଂ ଜିଲ୍ଲା ସ୍ତରୀୟ ଉତ୍ସବରେ ୭୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ସରକାର। ଏହାସହ କ୍ରୀଡ଼ା ପ୍ରତିଯୋଗିତାରେ ଖର୍ଚ୍ଚ ହୋଇଛି ୫୬ କୋଟି। ଏହିପରି ଭାବେ ନୂଆ ଓ କାର୍ଯ୍ୟକ୍ରମରେ ପୂର୍ବ ସରକାର ଖର୍ଚ୍ଚ କରିଛନ୍ତି ମୋଟ ୨୬୧ କୋଟି ୬୩ ଲକ୍ଷ ୨୨ ହଜାର ୧୩୦ ଟଙ୍କା।

Launching Ceremony of “AYUSHMAN BHARAT

Comments are closed.