ଗଞ୍ଜେଇ ଚାଲାଣ ମାମଲାରେ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଦୌରାଜଜ ତଥା ସ୍ପେସାଲ ଜଜ୍‌ ବିକ୍ରମ କୁମାର ପ୍ରଧାନ ସୋମବାର ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ଦେବା ସହିତ ଏକ ଲକ୍ଷ ଟଙ୍କା ଜରିମାନା ରାୟ ଦେଇଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୧୦.୧୧.୨୧ ତାରିଖରେ ବୌଦ୍ଧ ଅବକାରୀ ବିଭାଗ କର୍ମଚାରୀମାନେ ସକାଳେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ଉପରେ ପ୍ରହରା କାର୍ଯ୍ୟ ସମ୍ପାଦନ କରୁଥିବା ସମୟରେ ଖବର ପାଇଲେ ଯେ, ଜହ୍ନାପଙ୍କ ଆଡୁ ବୌଦ୍ଧ ଆଡକୁ ଆସୁଥିଲା ।

ଅବକାରୀ କର୍ମଚାରୀମାନେ ସନ୍ଦେହରେ ଗାଡିକୁ ଜାତୀୟ ରାଜପଥର ସରଣ୍ଡା ଛକରେ ଅଟକାଲ ତଲାସି ନେଇ କରିଥିଲେ । ଗାଡିର ପଛ ଡାଲାରେ ୪ ଗୋଟି ବସ୍ତାରେ ଗଞ୍ଜେଇ ଥିବା ଜାଣିବା ପରେ ଗଞ୍ଜେକୁ ଜବତ କରିଥିଲେ । ଗାଡିରୁ ୧୩୨ କିଲୋଗା୍ରମ ଗଞ୍ଜେଇ ଜବତ କରିଥିଲେ । ଗାଡିରେ ବସିଥିବା ଅଭିଯୁକ୍ତ ଯୁବକ ଜଣକ ହେଲେ ଅନୁଗୁଳ ଜିଲ୍ଲା ବୋଇଣ୍ଡା ଗ୍ରାମର ଜିତେନ୍ଦ୍ର ପୋଢ(୨୪) ।

ଏହାପରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଜିତେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରବର୍ତ୍ତି ସମୟରେ ମାମଲଟି ଜିଲ୍ଲା ଦୌରାଜଜ୍‌ ତଥା ସ୍ପେସାଲ ଜଜ୍‌ଙ୍କ ଅଦାଲତରେ ସ୍ପେସାଲ କେସ୍‌ ନଂ (୨ଏସିସି ୨୨/୨୧) ହୋଇ ବିଚାର ହୋଇଥିଲା । ମାମଲାର ତିନି ଜଣ ସାକ୍ଷୀଙ୍କ ବୟାନକୁ ଭିତିକରି ମାନ୍ୟବର କୋର୍ଟ ପ୍ରମାଣ ଥିବା ନେଇ ଅଭିଯୁକ୍ତ ଜିତେନ୍ଦ୍ରକୁ ୧୦ ବର୍ଷ କାରାଦଣ୍ଡାଦେଶ ସହିତ ଏକ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦୟ ହେଲେ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ଆଦେଶ ପ୍ରଦାନ କରିଛନ୍ତି । ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ (ପିପି)ସବିତା କୁମାରୀ ପଣ୍ଡା ପରିଚାଳନା କରୁଥିଲେ ।

Govt

Comments are closed.