୨୦ରୁ ଗୋଆରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ଗୋଆ : ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଅନୁଷ୍ଠିତ ହେବାକୁ ଯାଉଛି । ଏହି ବାର୍ଷିକ ଚଳଚ୍ଚିତ୍ର ମହୋତ୍ସବରେ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ । ଏଥିରେ କଳା, ଚଳଚ୍ଚିତ୍ର ଏବଂ ସଂସ୍କୃତିର ସମାହାର ଦେଖିବାକୁ ମିଳିବ । ଚଳିତ ବର୍ଷ ଏହି ମହୋତ୍ସବରେ ୭୯ଟି ଦେଶର ୨୮୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ‘ଇଣ୍ଡିଆନ ପାନୋରାମା’ରେ ୨୫ଟି ଫିଚର ଏବଂ ୨୦ଟି ଅଣଫିଚର ଫିଲ୍ମ ପ୍ରଦର୍ଶିତ ହେବ । ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ୧୮୩ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।

53rd International Film Festival of India

ଏହି ଅବସରରେ ସତ୍ୟଜିତ ରାୟ ଜୀବନବ୍ୟାପୀ ସାଧନା ପୁରସ୍କାର ସ୍ପେନୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ କାର୍ଲୋସ ସୌରାଙ୍କୁ ଦିଆଯିବ । ଫ୍ରାନ୍ସକୁ ଏଥର ‘ସ୍ପଟ୍ଲାଇଟ୍‌’ ରାଷ୍ଟ୍ର ଭାବେ ସାମିଲ କରାଯାଇଛି ଏବଂ କଣ୍ଟ୍ରି ଫୋକସ ପ୍ୟାକେଜରେ ୮ଟି ଫରାସୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ମହୋତ୍ସବର ଉ“ାଟନୀ ଚଳଚ୍ଚିତ୍ର ଭାବେ ଅଷ୍ଟ୍ରୀୟ ଚଳଚ୍ଚିତ୍ର ଆଲମା ଏଣ୍ଡ ଓସ୍କାର ପ୍ରଦର୍ଶିତ ହେବ, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଡିଟର ବର୍ଣ୍ଣର । ଉଦ୍ୟାପନୀ ଚଳଚ୍ଚିତ୍ର ଭାବେ ର୍କିଗିଜସ୍ତାନର ଚଳଚ୍ଚିତ୍ର ପର୍ଫେକଫ ନମ୍ବର ପ୍ରଦର୍ଶିତ ହେବ ।

ଚଳିତ ବର୍ଷ ଆଇଏଫ୍‌ଏଫ୍‌ଆଇରେ କେତେକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ଫିଲ୍ମ ବଜାର ମଧ୍ୟ ପ୍ରଦର୍ଶିତ ହେବ । ମୁକ୍ତ ବେଳାଭୂମିରେ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଆଶା ପାରେଖଙ୍କ ଅତୀତର ସ୍ମୃତି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଦାଦାସାହେବ ଫାଲକେ ପୁରସ୍କାର ବିଜେତା ଚଳଚ୍ଚିତ୍ର ତିସରୀ ମଞ୍ଜିଲ, ଦୋ ବଦାଁ ଏବଂ କଟି ପତଙ୍ଗ ପ୍ରଦର୍ଶିତ ହେବ ।

53rd International Film Festival of India (IFFI)

‘ଶ୍ରଦ୍ଧାଞ୍ଜଳି’ ବର୍ଗରେ ୧୫ଟି ଭାରତୀୟ ଏବଂ ୫ଟି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଉତ୍ତରପୂର୍ବ ଭାରତର ଚଳଚ୍ଚିତ୍ରକୁ ପ୍ରୋତ୍ସାହିତ କରିବା ଲାଗି ମଣିପୁରୀ ସିନେମାର ସ୍ୱର୍ଣ୍ଣ ଜୟନ୍ତୀ ଉପଲକ୍ଷେ ୫ଟି ଫିଚର ଏବଂ ୫ଟି ଅଣ-ଫିଚର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।

ନଭେମ୍ବର ୨୬ରେ ଶିଗମୋତ୍ସବ (ବସନ୍ତ ମହୋତ୍ସବ) ଏବଂ ୨୭ରେ ଗୋଆ କାର୍ଣ୍ଣିଭାଲ ହେବ ବିଶେଷ ଆକର୍ଷଣ । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସିବିସି ପକ୍ଷରୁ ପ୍ରଦର୍ଶନୀ ଆୟୋଜନ କରାଯିବ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ, ମତ୍ସ୍ୟପାଳନ, ପଶୁସମ୍ପଦ ଓ ଦୁU ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଡକଫର ଏଲ୍‌. ମୁରୁଗାନ ନୂଆଦିଲ୍ଲୀର ନେସନାଲ ମିଡିଆ ସେଣ୍ଟରଠାରେ ମହୋତ୍ସବ ସମ୍ପର୍କରେ ଉପରୋକ୍ତ ସୂଚନା ପ୍ରଦାନ କରିଛନ୍ତି ।

Govt

Comments are closed.