ନାବାଳିକାଙ୍କୁ ବିବାହ ପରେ ନିର୍ଯାତନା, ନିଲମ୍ବିତ ହେଲେ ଥାନାବାବୁ

ଜଗତସିଂପୁର : ଆଇନର ରକ୍ଷକ ହୋଇ କଲେ ବେଆଇନ କାମ । ନାବାଳିକାଙ୍କୁ ପ୍ରେମ ବିବାହ ପରେ ଯୌତୁକ ନିର୍ଯ୍ୟାତନା ନେଇ ଅଭିଯୋଗ ପରେ ଚାକିରିରୁ ବିଦା ହେଲେ ପୋଲିସ ବାବୁ । ବାରମ୍ବାର ମାନସିକ, ଶାରୀରିକ ଓ ନିର୍ଯାତନା ଦେବା ସହ ମାଡ ମାରି ଘରୁ ତଡି ଦେଇଥିବା ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତ ପୋଲିସବାବୁ ହେଲେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ରତେଇ ଗାଁର ଅମିତ ପାଢ଼ୀ । ସେ ପୁରୀରେ ସବ ଇନ୍ସପେକ୍ଟର ଭାବରେ ଚାକିରି କରିଥିବା ବେଳେ ଜଗତସିଂହପୁର ସଦର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଫେସବୁକରୁ ପ୍ରେମ କରି ଘରୁ ଡାକିନେଇ ବିବାହ କରିଥିଲେ ।

ଘଟନାନୁସାରେ, ଅମିତ ପାଢ଼ୀ ଜଗତସିଂହପୁର ସଦର ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକାକୁ ଝିଅର ପରିବାର ଲୋକଙ୍କ ଅଗୋଚରରେ ପ୍ରଥମେ ଏକ ମନ୍ଦିରରେ ଓ ପରେ ଏକ ହୋଟେଲରେ ପ୍ରେମ ବିବାହ କରିଥିଲେ । ବିବାହର କିଛି ମାସ ପରେ ସ୍ବାମୀ,ଶାଶୂ ଓ ଶ୍ୱଶୁର ନାବାଳିକା ବୋହୂକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାଡ଼ମାରି ଘରୁ ତଡି ଦେବା ନେଇ ଜଗତସିଂପୁର ଥାନାରେ ସଙ୍ଗିନ ଅଭିଯୋଗ କରିଥିଲେ ନାବାଳିକା । ୪ ମାସ ହେଲା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇନଥିବା କିମ୍ବା କୋର୍ଟକୁ କୌଣସି ଚାର୍ଜସିଟ ଯାଇ ନଥିବା ପୀଡ଼ିତା ଏବଂ ତାଙ୍କର ମାଆ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଅଭିଯୋଗ ପାଇବା ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଅଭିଯୁକ୍ତ ସବ ଇନ୍ସପେକ୍ଟର ଅମିତ ପାଢ଼ୀଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି । ଏବେ ସେ ଫେରାର ହୋଇ ଯାଇଥିବାର ଜଗତସିଂହପୁର ଏସ୍ପି ସୂଚନା ଦେଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.