ବ୍ୟାଙ୍କକ: ପ୍ରେମିକା ସହ ଝଗଡ଼ା ପରେ କ୍ରୋଧର ନିଆଁରେ ଜଳୁଥିଲା ପ୍ରେମିକ । ଆଉ ପ୍ରତିଶୋଧ ନେବାକୁ ଅନେକ ନିରୀହ ପିଲାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ଥାଇଲ୍ୟାଣ୍ଡରେ ଗତ ସପ୍ତାହକ ତଳେ ୨୨ ଜଣ ପିଲାଙ୍କ ସମେତ ୩୬ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ବାବଦରେ ବିସ୍ତୃତ ତଥ୍ୟ ମିଳିଛି । ନିଜ ପ୍ରେମିକାଙ୍କ ସହ ଝଗଡା ହେବା ପରେ ଅତି ନିର୍ଦ୍ଦୟ ଭାବେ ସେ ଶିଶୁମାନଙ୍କୁ ହତ୍ୟା କରିଥିବା ଜଣାପଡିଛି ।

ପୁଲିସ କହିଛି ଯେ, ହତ୍ୟାକାରୀ ଜଣକ ପୁଲିସ ବିଭାଗରେ ଚାକିରି କରୁଥିବାବେଳେ ଗତ ଜାନୁଆରୀରେ ଡ୍ରଗ୍ସ ଚୋରା ଚାଲାଣ କରୁଥିବାରୁ ତାଙ୍କୁ ଚାକିରି ହରାଇବାକୁ ପଡିଥିଲା । ଏହି କାରଣରୁ ସେ ଆର୍ଥିକ ସଙ୍କଟ ମଧ୍ୟରେ ଥିଲେ । ଆଉ ଏହାକୁ ନେଇ ତାଙ୍କର ପ୍ରେମିକାଙ୍କ ସହ ଝଗଡା ହୋଇଥିଲା ।

ସୂଚନା ଥାଉ କି ଗତ ଗୁରୁବାରଦିନ ପାନିଆ ନାମକ ଯୁବକ ତିନି ଘଣ୍ଟା ମଧ୍ୟରେ ୩୬ ଜଣଙ୍କୁ ଏହି ଅଭିଯୁକ୍ତ ହତ୍ୟା କରିଥିଲା । ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ତାଙ୍କ ପାଖରୁ ଡ୍ରଗ୍ସ ଜବତ ହେତୁ ତାଙ୍କୁ ଜାନୁଆରୀରେ ଥାଇଲ୍ୟାଣ୍ଡ ପୁଲିସରୁ ବରଖାସ୍ତ କରାଯାଇଥିଲା । କୋର୍ଟରେ ଏହି ମାମଲା ଚାଲିଥିଲା ।

ଘଟଣାର ଗୋଟିଏ ଦିନ ପରେ କୋର୍ଟଙ୍କ ନିଷ୍ପତ୍ତି ଆସିବାର ଥିଲା ଏହା ସହ ତାଙ୍କ ପ୍ରେମିକା ମଧ୍ୟ ସମ୍ପର୍କ ଭାଙ୍ଗିବାକୁ ଚାଁହୁଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ଥାଇଲ୍ୟାଣ୍ଡର ଡେପୁଟି ପୁଲିସ୍ ମହାନିର୍ଦ୍ଦେଶକ ସ୍ୱୀକାର କରିଛନ୍ତି ଯେ ଏହି ୩୬ଟି ହତ୍ୟା ପଛରେ ପାରିବାରିକ ସମସ୍ୟା,ଚାକିରିରୁ ବହିଷ୍କାର, ଟଙ୍କା ଅଭାବ ଏବଂ କୋର୍ଟ ମାମଲା ଥାଇପାରେ ଯାହାକୁ ନେଇ ସେ ମାନସିକ ଭାରସାମ୍ୟ ହରାଇଥିଲେ ।

ତେବେ ପାନିଆଙ୍କ ଦ୍ୱାରା ହତ୍ୟା କରାଯାଇଥିବା ୨୨ଜଣ ନିରୀହ ପିଲାଙ୍କ ବୟସ ମାତ୍ର ଦୁଇରୁ ପାଞ୍ଚ ବର୍ଷ ଥିଲା । ଥାଇଲାଣ୍ଡରେ ଏପର୍ଯ୍ୟନ୍ତ ଏହା ସବୁଠାରୁ ଘୃଣ୍ୟ ଏବଂ ସବୁଠାରୁ ବଡ ହତ୍ୟାକାଣ୍ଡ ବୋଲି ଜଣାପଡିଛି ।

Comments are closed.