ଲକ୍ଷ୍ନୌ ହୋଟେଲ୍‌ରେ ଭୟାବହ ଅଗ୍ନିକାଣ୍ଡ :୨ ମୃତ,ଉଦ୍ଧାର କାର୍ଯ୍ୟ ଜାରି

ଆଜି ସକାଳେ ଲକ୍ଷ୍ନୌ ଅନ୍ତର୍ଗତ ହଜ୍‌ରତ୍‌ଗଞ୍ଜ୍‌ ଅଞ୍ଚଳରେ ଥିବା ହୋଟେଲ ଲେବାନାରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଜଣେ ମହିଳା ଏବଂ ଜଣେ ପୁରୁଷ ଜୀବନ୍ତ ଦଗ୍ଧ ହୋଇଛନ୍ତି I ଏଥିସହ ସିଭିଲ ହସ୍ପିଟାଲର ବର୍ନ ୟୁନିଟରେ ୯ ଜଣ ଆହତଙ୍କ ଚିକିତ୍ସା ଚାଲିଛି। ତେବେ ହୋଟେଲ ଭିତରେ ଅନେକ ଲୋକ ଫସିଯିବାର ଆଶଙ୍କା ରହିଛି। ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରି‌ପୋର୍ଟ ଅନୁସାରେ, ୫ ତାଲାବିଶିଷ୍ଟ ଉକ୍ତ ହୋଟେଲ୍‌ର ୪ର୍ଥ ତାଲାରେ ନିଆଁ ଲାଗିଥିଲା। ଫଳରେ ଜଣେ ହୋଟେଲ୍‌ କର୍ମଚାରୀ ତୁରନ୍ତ ପୋଲିସ୍‌କୁ ଫୋନ୍‌ କରି ସୂଚନା ଦେବା ସହ ଦମକଳ ବାହିନୀକୁ ମଧ୍ୟ ଜଣାଇଥିଲେ ।

ଏହି ହୋଟେଲ ହଜରତଗଞ୍ଜ ସହରର VIP ଅଞ୍ଚଳରେ ଅବସ୍ଥିତ I ହୋଟେଲରେ ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଘଟଣାସ୍ଥଳରେ ୩ଟି ଆମ୍ବୁଲାନ୍‌ସ୍‌ ଏବଂ ଦମକଳ ଉପସ୍ଥିତ ଥିବା ବେଳେ ହୋଟେଲ୍‌ରେ ନିଆଁ ଲିଭା ଏବଂ ଉଦ୍ଧାର କାର୍ଯ୍ୟ ଜାରିରହିଛି। ନିରାପତ୍ତା କର୍ମଚାରୀମାନେ ଅକ୍ସିଜେନ୍‌ ମାସ୍କ୍‌ ପିନ୍ଧି ହୋଟେଲ୍‌ ରୁମ୍‌ରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତରଣ କରୁଛନ୍ତି। କୋଠରି ମଧ୍ୟରେ ରହିଯାଇଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀମାନେ ଝରକା ଭାଙ୍ଗି ଭିତରେ ପ୍ରବେଶ କରିବାକୁ ଉଦ୍ୟମ ଚଳାଇଛନ୍ତି। ହୋଟେଲ ବାହାରେ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଏବେ ବି ହୋଟେଲ୍‌ ଭିତରେ ୨୦ରୁ ଅଧିକ ଲୋକ ଫସି ରହିଛନ୍ତି ହୋଟେଲ୍‌ରୁ ପ୍ରବଳ ଧୂଆଁ ଉଠୁଥିବା କଥା ସେଠାରୁ ଉତ୍ତୋଳିତ ଫଟୋ ଓ ଭିଡିଓରେ ଦେଖାଯାଉଛି।

ଲକ୍ଷ୍ନୌ ପୁଲିସ କହିବା ଅନୁସାରେ, ଏଯାବତ୍‌ ପ୍ରାୟ ୧୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଉଦ୍ଧାର ଅଚେତ ହୋଇପଡ଼ିଥିବା ଦୁଇଜଣଙ୍କୁ ପରେ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଛି।

ଲେବାନା ହୋଟେଲ୍‌ ଘଟିଥିବା ଅଗ୍ନିକାଣ୍ଡ ବିଷୟରେ ଅବଗତ ହେବା ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଅଗ୍ନିକାଣ୍ଡରେ ଆହତ ବ୍ୟକ୍ତିମାନଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯିବା ଉଚିତ। ଏଥିପାଇଁ ସେ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନିର୍ଦେଶ ଦେବା ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଓ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.