ନୋରାଙ୍କ ପ୍ରେମରେ ପାଗଳ ଟେରେନ୍ସ

ନୂଆଦିଲ୍ଳୀ: ମଇ୦୫: ବଲିଉଡ୍ ଇଣ୍ଟଷ୍ଟ୍ରୀର ହଟ୍ ଗର୍ଲ ନୋରା ଫତେହି । ନୋରା ତାଙ୍କ ଡ୍ୟାନ୍ସ ପାଇଁ ସବୁଆଡେ ବେଶ୍‌ ଚର୍ଚ୍ଚାରେ । ସେ ନିଜ ଫ୍ୟାଶନ୍ ସେନ୍ସ ପାଇଁ ବି ଜଣାଶୁଣା । ତାଙ୍କର ଏହି ବୋଲ୍ଡନେସ୍କୁ ନେଇ ଇଣ୍ଡଷ୍ଟ୍ରୀରେ ସବୁବେଳେ ଚର୍ଚ୍ଚା ଲାଗି ରୁହେ । କିନ୍ତୁ ବର୍ତ୍ତମାନ ସେ ଆଉ ଏକ କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କୋରିଓଗ୍ରାଫର ଟେରେନ୍ସ ଲୁଇସ୍ ଏବଂ ଅଭିନେତ୍ରୀ ନୋରା ଫତେହି ଦୁହେଁ ଦୁହିଙ୍କ ଡାନ୍ସ ଓ କେମେଷ୍ଟ୍ରି ପାଇଁ ସେମାନଙ୍କ ଭିତରେ ଥିବା ରିଲେସନକୁ ନେଇ କିଛିଟା ଉଡା ଖବର ଶୁଣାଯାଇଥିଲା । ହେଲେ ଏବେ ନୋରା ଏବଂ ଟେରେନ୍ସ ପରସ୍ପରକୁ ଡେଟିଂ କରୁଥିବା ଖବର ଶୁଣିବାକୁ ମିଳିଛି । କିନ୍ତୁ ଏହାକୁ ନେଇ ନୋରା ଏବଂ ଟେରେନ୍ସ କିଛି କହି ନାହାନ୍ତି । ବର୍ତ୍ତମାନ ଟେରେନ୍ସ ଏହି ବିଷୟରେ ଖୋଲାଖୋଲି ଭାବେ ପ୍ରକାଶ କରି କହିଛନ୍ତି ଯେ ତାଙ୍କର ଏବଂ ନୋରାଙ୍କର କେମେଷ୍ଟ୍ରୀ ଖୁବ୍ ସୁନ୍ଦର । ନୋରାଙ୍କୁ ବହୁତ ପ୍ରଶଂସା କରି କହିଥିଲେ ଯେ ସେ ବହୁତ ରିୟଲ । ସେ ବହୁତ ପରିଶ୍ରମୀ, ଯାହା ମନକୁ ଆସେ ସେ କହି ଦିଅନ୍ତି । ଯେଉଁଟା କି କହିବା ଉଚିତ୍ ନୁହେଁ । ଏହା ସହ ସେ କହିଥିଲେ କି ଆମେ ଦୁହେଁ ବହୁତ ଭଲ ବନ୍ଧୁ । ପ୍ରତିଦିନ ପରସ୍ପରକୁ ଫୋନ୍ କରୁ କଥା ହେଉ। ଏହା ସହ ସେ କହିଥିଲେ କି ଆଗକୁ ଆଉ କଣ ହେବ ତାହା ରାଜ୍‌ । ରାଜ୍ କି ବାତ୍ ରାଜ୍ ହିଁ ରେହନେ ଦୋ । ତେବେ ଏହା କହି ଏକ କୁଟିଳ ହସ ହସିଥିଲେ ଟେରେନ୍ସ । ତେବେ ତାଙ୍କର ଏପରି ରହସ୍ୟାତ୍ମକ କଥା ଶୁଣି ସମସ୍ତେ ପ୍ରାୟ ଏହା ଆକଳନ କରୁଛନ୍ତି ଯେ ନୋରା ଓ ଟେରେନ୍ସ ପରସ୍ପରକୁ ଡେଟ୍‌ କରୁଛନ୍ତି ବୋଲି ।

Launching Ceremony of “AYUSHMAN BHARAT

Comments are closed.