ଭଗବାନ ବିଶ୍ୱାସୀ ବା ଧାର୍ମିକ ଲୋକମାନେ ନିଜ ଘର ସବୁବେଳେ ଦେବାଳୟ ପାଖରେ କରିବାକୁ ଚାହିଁଥାନ୍ତି । ନହେଲେ ଘର ନିକଟରେ ଦେବାଳୟ ସ୍ଥାପନ କରିଥାନ୍ତି । କିନ୍ତୁ ବାସ୍ତୁ ଅନୁସାରେ, ଘର ପାଖରେ ଦେବାଳୟ ରହିଲେ, ଘରେ ବିପତ୍ତି ପଡ଼େ । ଅଚାନକ କାହାର ସ୍ୱାସ୍ଥ୍ୟ ଖରାପ ହୁଏ ଅବା ପାରିବାରିକ, ଆର୍ଥିକ ସମସ୍ୟା ବୃଦ୍ଧି ପାଏ । ଏହିପରିକି କେତେକ ଭଗବାନଙ୍କ ମନ୍ଦିର ବା ଦେବାଳୟ ରହିଛି, ଯାହାଙ୍କର ଛାଇ ଘର ଉପରେ ପଡ଼ିଲେ, ବିନାଶ ଘଟିଥାଏ ।
* ମା’ ଦୁର୍ଗା ଏବଂ ଚଣ୍ଡୀଙ୍କ ମନ୍ଦିର ଘର ପାଖରେ ରହିବା ଅତ୍ୟ; ଅଶୁଭ ବୋଲି ବାସ୍ତୁରେ ବର୍ଣ୍ଣିତ । ଏହି ଦେବୀଙ୍କ ମନ୍ଦିର ଘର ପାଖରେ ରହିଲେ, ଘର ଲୋକଙ୍କ ମନରେ ଏକ ପ୍ରକାରର ନକରାତ୍ମକ ଶକ୍ତି ଜାଗ୍ରତ ହୁଏ, କଳହ ବୃଦ୍ଧି ପାଏ ଓ ଶେଷରେ ବିନାଶ କାଳ ଧୀରେ ଧୀରେ ପାଖେଇ ଆସେ ।
* ଘର କରିବା ସମୟରେ ବିଶେଷ ଧ୍ୟାନ ରଖନ୍ତୁ ଯେ, ଘରର ମୁଖ୍ୟ ଦ୍ୱାରା କେଉଁ ଆଡ଼କୁ ଖୋଲୁଛି । ମୁଖ୍ୟ ଦ୍ୱାର ଖୋଲିବା ସମୟରେ ଯଦି, ଭଗବାନ ସୂର୍ଯ୍ୟ, ବ୍ରହ୍ମା, ବିଷ୍ଣୁ ଓ ଭଗବାନ ଶିବଙ୍କ ମନ୍ଦିର ରହୁଛି, ତେବେ ସେହି ଦ୍ୱାରକୁ ତୁରନ୍ତ ବନ୍ଦ କରିବା ଲାଭଦାୟକ ହୋଇଥାଏ । ଏହାସହିତ ଏହିସବୁ ଭଗବାନଙ୍କ ମନ୍ଦିରର ଛାଇ ଘର ଉପରେ ଯେପରି ନପଡ଼େ, ତାହାର ବିଶେଷ ଧ୍ୟାନ ଦିଅନ୍ତୁ ।
* ଘରର ପୂର୍ବ, ଉତ୍ତର ଏବଂ ଇଶାଣ କୋଣରେ କୌଣସି ପୂଜା କରାଯାଇଥିବା ପଥର ଓ ଖମ୍ବ ରହିବା ଅନୁଚିତ୍ । ଏହିପରି ହେଲେ, ଘରର ପରିସ୍ଥିତ ଖରାପ ପଡ଼େ ଏବଂ କୌଣସି କାମ ସଫଳ ହୋଇପାରେ ନାହିଁ ।
* ଘରର ମୁଖ୍ୟ ଦ୍ୱାରରେ ବା ପିଣ୍ଡା ଆଗରେ କାଦୁଅ ଜମା ରହିବା ଅଶୁଭ ଧରାଯାଏ । ଏହାଛଡ଼ା ପିଣ୍ଡା ଆଗରେ କାନ୍ଥ, ଘାଟି , ଶଶ୍ମାନ, କୂଅ ଏବଂ ଦେବାଳୟ ଓ ଏହାର ଛାଇ ପଡ଼ିବା ହାନିକାରକ ବୋଲି ବାସ୍ତୁ ସୂଚାଏ । ପିଣ୍ଡା ଆଗରେ ଏହିସବୁ ରହିଲେ କିମ୍ବା ଏହାର ଛାଇ ପଡ଼ିଲେ ,ଘର ଲୋକଙ୍କର ଜୀବନ ପ୍ରତି ବିପଦ ଦେଖାଯାଏ । ଧନ ହାନି ହୁଏ । ଘରେ କହଳ ଲାଗେ ଏବଂ ଅଶାନ୍ତି ସୃଷ୍ଟି ହୁଏ ।
ଏହାର ସ୍ଥାୟୀ ନିବାରଣ କରିବା ପାଇଁ କୌଣସି ବାସ୍ତୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ଅବା ସେହିପରି ସ୍ଥାନରେ ଘର କରନ୍ତୁ ନାହିଁ ।
Comments are closed.