ରିଲିଜ ହେଲା ଆଶ୍ରମ ୪ର ଟିଜର

ନୂଆଦିଲ୍ଲୀ: ଜୁନ ୦୪: ଆଶ୍ରମର ସିଜନ-୩ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ସିଜିନ୍‌-୪ର ଟିଜର ଗତକାଲି ରିଲିଜ୍‌ ହୋଇଛି । ଏହି େୱବ୍‌ ସିରିଜରେ ବାବା ନିରାଲାଙ୍କ ଭୂମିକାରେ ଅଭିନୟ କରିଥିବା ବବି ଦେଓଲ୍‌ ପୁଣି ଥରେ ଭଣ୍ଡ ବାବା ଭୂମିକାରେ ଦମଦାରଅଭିନୟ କରିଛନ୍ତି । ସିରିଜର ନାମ ଅଫିସିଆଲି ଭାବେ ଏକ ବଦନାମ୍‌ ଆଶ୍ରମଦ ରଖାଯାଇଛି । ଯାହାକୁ ବବି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟିଜରକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି । ବବି ତଥା ବାବା ନିରାଲା ନିଜକୁ ଆଇନଠାରୁ ଉପରେ ବୋଲି କହିଛନ୍ତି । ଏହା ସହ ସେ କହୁଛନ୍ତି କି ଭଗବାନ ଆମେ ତମ ଉପରେ । ମୁଁ ସ୍ୱର୍ଗ ସୃଷ୍ଟି କରିଛି । ମୁଁ କିପରି ଭଗବାନଙ୍କୁ ଗିରଫ କରିପାରିବି? ଏହି ସମୟରେ, ସିଜିନ୍‌ -୨ରେ ଆଶ୍ରମରୁ ପଳାଇଥିବା ଆଦିତ୍ୟ ପୋହନକର ଆଶ୍ଚର୍ଯ୍ୟଜନକ ଭାବରେ ଆଶ୍ରମକୁ ଫେରି ଆସିଛନ୍ତି । ସିଜନ୍‌-୪ର ଟିଜର ହଠାତ ରିଲିଜ୍‌ ହୋଇଛି । କୁହାଯାଉଛି କି ଏହା ଆସନ୍ତା ବର୍ଷ ରିଲିଜ୍‌ ହୋଇପାରେ । ଯାହାକୁ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । େୱବ୍‌ ସିରିଜ୍‌ ଆଶ୍ରମ ୨୦୨୦ ରେ ଆରମ୍ଭ ହୋଇଥିଲା ।

Launching Ceremony of “AYUSHMAN BHARAT

Comments are closed.