ଆଜି ତୃତୀୟ ଦିନିକିଆ: ଶୃଙ୍ଖଳା ହ୍ୱାଇଟ୍‌ ୱାସ୍‌ ଲକ୍ଷ୍ୟରେ ଭାରତ

ପୋର୍ଟ ଅଫ୍‌ ସ୍ପେନ : େୱଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ ବୁଧବାର ପୋର୍ଟ ଅଫ୍‌ ସ୍ପେନରେ ହେବ । ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ । କ୍ରମାଗତ ୨ଟି ମ୍ୟାଚ ଜିତି ଭାରତ ଆଗୁଆ ଶୃଙ୍ଖଳା ପକେଟସ୍ଥ କରିଥିବାରୁ ତୃତୀୟ ମ୍ୟାଚରେ ବିଜୟ ସହ ହ୍ୱାଇଟ ୱାସ୍‌ କରିବା ଲକ୍ଷ୍ୟରେ ଧାୱନ ସେନା ରହିଛି । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଶିଖର ଧାୱନ ଦଳର ମଙ୍ଗ ଧରିଛନ୍ତି । ଏହି ଶୃଙ୍ଖଳାରେ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ଅକ୍ଷର ପଟେଲଙ୍କ ଜମାଣିଆ ପ୍ରଦର୍ଶନ ଦେଖିବାକୁ ମିଳିଛି । ପୂର୍ବ ମ୍ୟାଚ୍‌ରେ ଅକ୍ଷର ପଟେଲ ୬୪ ରନର ବିସ୍ପୋରକ ଇନିଂସ ଖେଳି ଦଳକୁ ବିଜୟୀ କରିଥିଲେ ।

ଆଜି ତୃତୀୟ ଦିନିକିଆ: ଶୃଙ୍ଖଳା ହ୍ୱାଇଟ୍‌ ୱାସ୍‌ ଲକ୍ଷ୍ୟରେ ଭାରତ

ଚଳିତବର୍ଷ ଦିନିକିଆରେ ଭାରତ ୪.୧୮%ରେ ପ୍ରତି ଇନିଂସରେ ୱିକେଟ ହରାଇଛି । ଅନ୍ୟ ଦଳଗୁଡ଼ିକର ତୁଳନାରେ ଭାରତର ପ୍ରଦର୍ଶନ ଅପେକ୍ଷାକୃତ ଭଲ ରହିଛି । ମଧ୍ୟମକ୍ରମରେ ଭାରତର ସୂର୍ଯ୍ୟକୁମାର ଯାଦବ ଓ ଦୀପକ ହୁଦ୍ଦାଙ୍କ ଠାରୁ ଦଳ ଭଲ ପ୍ରଦର୍ଶନ ଆଶା ରଖିଛି ।

ଆଜି ତୃତୀୟ ଦିନିକିଆ: ଶୃଙ୍ଖଳା ହ୍ୱାଇଟ୍‌ ୱାସ୍‌ ଲକ୍ଷ୍ୟରେ ଭାରତ
ତୃତୀୟ ମ୍ୟାଚ ନିମନ୍ତେ େୱଷ୍ଟଇଣ୍ଡିଜ ଚୂଡ଼ାନ୍ତ ଦଳରେ ଦୁଇଟି ପରିବର୍ତ୍ତନର ସମ୍ଭାବନା ରହିଛି । କେସି ଚାର୍ଟି ଓ କେମୋ ପଲଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇପାରେ । ସେହିଭଳି ଭାରତୀୟ ଦଳରେ ମହମ୍ମଦ ସିରାଜଙ୍କ ବଦଳରେ ପ୍ରସିଦ୍ଧ କ୍ରିଷ୍ଣା ଚୂଡ଼ାନ୍ତ ଏକାଦଶକୁ ଫେରିବାର ସମ୍ଭାବନା ରହିଛି । ଯଦି ଜାଜେଡା ଦଳକୁ ଫେରନ୍ତି, ତେବେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିବା ସତ୍ତେ୍ୱ ଅକ୍ଷର ପଟେଲଙ୍କୁ ବିଶ୍ରାମ ନେବାକୁ ହେବ ।

ଆଜି ତୃତୀୟ ଦିନିକିଆ: ଶୃଙ୍ଖଳା ହ୍ୱାଇଟ୍‌ ୱାସ୍‌ ଲକ୍ଷ୍ୟରେ ଭାରତ

ପୋର୍ଟ ଅଫ୍‌ ସ୍ପେନ ପିଚ୍‌ରେ ଆଉ ଏକ ବଡ଼ ସ୍କୋର ହେବ ବୋଲି ଆଶା କରାଯାଉଛି । କାରଣ ଗତ ଦୁଇଟିଯାକ ମ୍ୟାଚ୍‌ରେ ୩୦୦ରୁ ଊର୍ଦ୍ଧ୍ୱ ରନ ହୋଇଛି । ବୁଧବାର ମ୍ୟାଚ୍‌ ପାଇଁ ଏକ ଭଲ ବ୍ୟାଟିଂ ଟ୍ରାକ୍‌ ପ୍ରସ୍ତୁତ କରାଯାଇଛି ।

ଆଜି ତୃତୀୟ ଦିନିକିଆ: ଶୃଙ୍ଖଳା ହ୍ୱାଇଟ୍‌ ୱାସ୍‌ ଲକ୍ଷ୍ୟରେ ଭାରତ

ସମ୍ଭାବ୍ୟ ଇଣ୍ଡିଜ ଦଳ :

ସାଇ ହୋପ, କାଏଲ ମେୟର୍ସ, ସାମରା ବ୍ରୁକ୍ସ, ବ୍ରାଣ୍ଡନ କିଙ୍ଗ୍‌, ନିକୋଲାସ କୁରନ, ରୋଭମାନ ପାେୱଲ, ଅକେଲା ହୁସେନ, ରୋମାରିଓ ସେଫର୍ଡ, ଅଲଜାରି ଜୋସେଫ, ଜୟିଦିନ ସିଲେସ, ହେଡେନ ୱାଲ୍ସ ।

ଭାରତୀୟ ଦଳ :

ଶିଖର ଧାୱନ, ଶୁଭମନ ଗୀଲ୍‌, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ଦୀପକ ହୁଦ୍ଦା, ଅକ୍ଷର ପଟେଲ/ରବୀନ୍ଦ୍ର ଜାଡେଜା, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ, ଆଭେସ ଖାନ/ ପ୍ରସିଦ୍ଧ କି୍ରଷ୍ଣା ।

Comments are closed.