ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା:ଟିମକୁ ଫେରିଲେ ମହମ୍ମଦ ସାମି

ନୂଆଦିଲ୍ଲୀ:ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି ।ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟି-୨୦ ସିରିଜ ପାଇଁ ଆଜି ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି ବିସିସିଆଇ। ଦୀର୍ଘ ଦେଢ଼ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି ମହମ୍ମଦ ଶାମି। ଟିମକୁ ଫେରିଛନ୍ତି ମହମ୍ମଦ ସାମି।ଆଘାତ ସମସ୍ୟାରୁ ମୁକୁଳିଥିବା ମହମ୍ମଦ ସାମୀଙ୍କୁ ଦଳରେ ସାମିଲ କରାଯାଇଛି ।ସୂର୍ଯ୍ୟକୁମାର ଯାଦବ ୧୫ ଜଣିଆ ଦଳର ନେତୃତ୍ୱ ନେବେ। ତେବେ ପନ୍ଥଙ୍କୁ ଏହି ସିରିଜରେ ସୁଯୋଗ ମିଳିନି।ଧ୍ରୁବ ଜୁରେଲ ଦ୍ୱିତୀୟ ୱିକେଟ କିପର ଭାବେ ଦଳରେ ସ୍ଥାନ ପାଇଥିବା ବେଳେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିନି । ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ଚୂଡାନ୍ତ ଦଳରେ ରଖାଯାଇଛି।

ଟିମ ଇଣ୍ଡିଆ:ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ହର୍ଷିତ ରାଣା, ଅର୍ଶଦୀପ ସିଂ, ମହମ୍ମଦ ସାମୀ, ବରୁଣ ଚକ୍ରବର୍ତି, ରବି ବିଶ୍ନୋଇ, ୱାଶିଂଟନ ସୁନ୍ଦର ଓ ଧ୍ରୁବ ଜୁରେଲ

Launching Ceremony of “AYUSHMAN BHARAT

Comments are closed.