ଭୁବନେଶ୍ୱର : ଆଜି ୫ମ ଦିନରେ ବି ସ୍ୱାଭାବିକ ଭାବରେ ଚାଲିପାରିଲା ନାହିଁ ଗୃହ । ଶିକ୍ଷକଙ୍କ ପ୍ରସଙ୍ଗକୁ ନେଇ ବିଧାନସଭାରେ ଦେଖାଦେଇଛି ପ୍ରବଳ ହଟ୍ଟଗୋଳ । ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ ବିରୋଧୀ ସଦସ୍ୟ I ଯାହାଫଳରେ ଗୃହକୁ ୧୧.୩୦ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।
ଖବର ଅନୁଯାୟୀ, ବିଧାନସଭାରେ ଜାରି ରହିଛି ଶୀତକାଳୀନ ଅଧିବେଶନ । କିନ୍ତୁ ଅଧିବେଶନ ଆରମ୍ଭ ହେବା ଦିନଠାରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଜାରି ରହିଛି । ଯାହାଫଳରେ ଅଧିକାଂଶ ସମୟ ବିଧାନସଭାର ପ୍ରଶ୍ନକାଳ ବାତିଲ ହେବାକୁ ପଡୁଛି । ଏହିକ୍ରମରେ ମଙ୍ଗଳବାର ଦିନ ଶିକ୍ଷକଙ୍କ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଏବଂ କଂଗ୍ରେସ ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ ଓ ନାରାବାଜି କରିଥିଲେ । ବାଚସ୍ପତିଙ୍କ ରୁଲିଂ କାର୍ଯ୍ୟକାରୀ ନହେବାରୁ ବିରୋଧୀଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିଥିଲା । ଶେଷରେ ଗୃହକାର୍ଯ୍ୟକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।
Comments are closed.