ଶୀତଦିନେ କ୍ଷୀର ଚା’ ବଦଳରେ ପିଅନ୍ତୁ ଏହି ଚା’

ସମୟ ଲାଇଭ୍‍,୨୬/୧୦: ଶୀତଦିନରେ ଏକ୍‍ କପ୍‍ ଚା’ ମିଳିଗଲେ ଖୁବ୍‍ ଭଲ ଲାଗିଥାଏ। ଶୀତଦିନ ସକାଳ ହେଉବା ସଂଧ୍ୟାରେ ସବୁ ବୟସର ଲୋକ ଚା’ ପିଇଥା’ନ୍ତି। ତେବେ କ୍ଷୀର ଚା’ ବଦଳରେ ଲୁଣ ଅଦା ଚା’ ପିଅନ୍ତୁ। ଏହା ଆପଣଙ୍କ ଶରୀର ପାଇଁ ବିଶେଷ ଉପକାରୀ ହୋଇଥାଏ।
୧)ଶୀତଋତୁରେ ଥଣ୍ଡା ପ୍ରଭାବରେ ଗଳାଦରଜ ମୁଣ୍ଡବିନ୍ଧା ଆଦି ସମସ୍ୟା ଦେଖାଯାଇଥାଏ। ଏଣୁ ସାଧାରଣତଃ ଆମେ ଏହିପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଉଷୁମପାଣିରେ ଲୁଣ ପକାଇ କୁଳି କରିଥାଉ। ଏହା ପରିବର୍ତ୍ତେ ଯଦି ଆମେ ଅଦା,ଲୁଣ ଚା’ ପିଇବା ତେବେ ବେଶୀ ଉପକାର ମିଳିଥାଏ।

୨) ଅଦା,ଲୁଣ ଚା’ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।
୩) ଧ୍ୟାନ ରଖିବେ ଦିନକୁ ଦୁଇଥରରୁ ଅଧିକ ଥର ଏହି ଚା’ ପିଅନ୍ତୁ ନାହିଁ।

୪) ସେହିପରି ଅଦା,ଲୁଣ ଚା’ରେ ତୁଳସୀ ରସ ମିଶାଇ ପିଇଲେ ଏହା ଶରୀର ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

Launching Ceremony of “AYUSHMAN BHARAT

Comments are closed.