ରାସ୍ତା କଡ଼କୁ ଓଲଟିଲା ଟାଟା ଏସି,୨୮ ଆହତ

ଢେଙ୍କାନାଳ : ଅଷ୍ଟ ପ୍ରହରୀ ସାରି ଫେରୁଥିବା ବେଳେ ରାସ୍ତା କଡ଼କୁ ଗାଡି ଓଲଟି ୨୮ ଆହତ I ଏହି ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ବ୍ରିଜ ନିକଟରେ I ଆହତମାନଙ୍କୁ କାମାକ୍ଷାନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଘଟନାନୁସାରେ ତୁମୁସିଙ୍ଗା ଥାନା କୋଟଗରାରୁ ଆଳତୁମା ଗାଁକୁ ଅଷ୍ଟପ୍ରହରୀରେ ଯୋଗ ଦେବାପାଇଁ ଏକ ଟାଟା ଏସି ଗାଡ଼ିରେ ଯାଇ ଫେରୁଥିଲେ ୩୦ ଜଣ କୀର୍ତ୍ତନ ମଣ୍ଡଳୀ I ଗାଡିଟି ଭାରସାମ୍ୟ ହରାଇ ରେକୁଳା ବ୍ରିଜ ନିକଟରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୨ ଜଣ ବର୍ତ୍ତୀ ଯାଇଥିବା ବେଳେ ୨୮ ଜଣ ଆହତ ହୋଇଥିଲେ। ଆହତ ମାନଙ୍କୁ ପ୍ରଥମେ କାମାକ୍ଷାନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୮ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟଚିକତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Govt

Comments are closed.