ଭୁବନେଶ୍ୱର: ଅପ୍ରେଲ ୨୮: ରାଜ୍ୟରେ ବର୍ତ୍ତମାନ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ଭିତରେ ଦଳୀୟ ପଦରୁ ଇସ୍ତଫା ଦେଇଛନ୍ତି ଦଳର ହେବିେୱଟ୍ ନେତା । ତାରାପ୍ରସାଦ ବାହିନୀପତିଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଛି । ଶୁଣାଯାଉଛି ଯେ କଂଗ୍ରେସ ଦଳ ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି ତାରା। ତେବେ ଏନେଇ ତାରା ବାହିନୀପତି କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ତେବେ କେବଳ ତାରା ନୁହଁନ୍ତି, ତାରାଙ୍କ ପୂର୍ବରୁ ବିଧାୟକ ଦଳ ନେତା ପଦରୁ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମଧ୍ୟ ଇସ୍ତଫା ଦେଇଥିବା କୁହାଯାଉଛି। କିନ୍ତୁ ଇସ୍ତଫା ନେଇ ନରସିଂହ ମିଶ୍ର କୌଣସି ସ୍ପଷ୍ଟ କରିନାହାଁନ୍ତି। ରାଜ୍ୟ କଂଗ୍ରେସରେ ବର୍ତ୍ତମାନ ଚାଲିଛି ଜୋରଦାର ତନାଘନା । ନେତୃତ୍ୱ ସମ୍ପୂର୍ଣ ପରିବର୍ତ୍ତନ ନେଇ ଚେଲ୍ଲାକୁମାରଙ୍କ ସୂଚନା ପରେ ଦଳୀୟ ପଦରୁ ଇସ୍ତଫା ଦେଲେଣି ଦଳର ହେବିେୱଟ୍ । ତେବେ ଏହା ପ୍ରଭାରୀଙ୍କ ସହ ଆଲୋଚନାର ଫଳ ବା ଅନ୍ୟ କୌଣସି କାରଣ ଏ ନେଇ ରହିଛି ତାହା ନେଇ ଆଲୋଚନା ତୀବ୍ରତର ହୋଇଛି ।

Comments are closed.