କଟକ: ମଇ ୦୪: ଖାଉଟିଙ୍କ ପାଇଁ ଚିନ୍ତା ସାଜିଛି ମହଙ୍ଗା ମାଜ । ଲେମ୍ୱୁ ପରେ ଏବେ ହଠାତ ଆକାଶ ଛୁଆଁ ହୋଇଛି ଟମାଟୋ ଦର । ଗତ ତିନି ଚାରି ଦିନ ତଳେ ଟମାଟୋ କିଲୋ ପିଛା ୨୫-୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଦର ଆସି ୮୦ରୁ ୯୦ ଟଙ୍କାରେ ପହଞ୍ଚିଛି ।ତେବେ ସପ୍ତାହକ ମଧ୍ୟରେ ଟମାଟୋ ମୂଲ୍ୟ ପ୍ରାୟ ୩ଗୁଣ ବୃଦ୍ଧି ପାଇଛି । ସମ୍ଭାବ୍ୟ ବାତ୍ୟା ପାଇଁ ଲୋକେ ଅଯଥା ଅତ୍ୟାବଶ୍ୟକ ଜିନିଷ ମହଜୁଦ କରୁଥିବାରୁ ଏପରି ହୋଇଥିବା ଆକଳନ କରାଯାଉଛି। ଫଳରେ ଅସାଧୁ ବ୍ୟବସାୟୀ ଏହାର ସୁଯୋଗ ନେଇ ଦର ବୃଦ୍ଧି କରିପାରନ୍ତି ବୋଲି ଟ୍ୱିଟ୍ କରି ପରାମର୍ଶ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ମନ୍ତ୍ରୀ । ତେବେ ସେ କଳାବଜାରୀ ଓ ଅସାଧୁ ବ୍ୟବସାୟୀଙ୍କ ଉପରେ ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସୂଚନା ଦେଇଛନ୍ତି।

Comments are closed.