କେନ୍ଦୁଝର: ଜୁନ ୨୮: ବିଶ୍ୱର ସର୍ବବୃହତ୍ତ ରଥ ହିସାବରେ ମାନ୍ୟତା ପାଇବାକୁ ନେଇ ସବୁଆଡେ ବିବାଦ ଦେଖାଦେଇଛି । ଏହାକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦୁଝର ରାଜା । ବିଶ୍ୱ ରେକର୍ଡଧାରୀ କେନ୍ଦୁଝର ରଥକୁ ନେଇ ପୁରୀ ଗଜପତି ମହାରାଜ ଓ କିଛି ସେବାୟତଙ୍କ ମନ୍ତବ୍ୟକୁ ନେଇ ବାଦ ବିବାଦ ପରେ ଏବେ ଏନେଇ ଟିପଣି ଦେଇଛନ୍ତି କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ । ସେ କହିଛନ୍ତି ୧୬୭୧ ମସିହାରୁ ଚାଲି ଆସିଥିବା ପରମ୍ପରାକୁ ନ ଜାଣି ଯେଉଁମାନେ କହୁଛନ୍ତି ତାହା ଠିକ୍ ନୁହେଁ । କୌଣସି ଠାକୁରଙ୍କ ବିରୋଧରେ କିଛି ବି କରିବା ଉଚିତ ନୁହଁ । ଆମର ଏଠାରେ ବଳଦେବ ଜୀୟୁ ରାଷ୍ଟ୍ର ଦେବତା । ଏଠି ବଳଭଦ୍ରଙ୍କ ସଂସ୍କୃତି ପରମ୍ପରା ଅନୁଯାଇ ରିତୀନୀତି ହୁଏ । ଆଉ ଆମ ରଥ ଏବେକାର ନୁହେଁ କି ଏହା ନୂତନ କରି ତିଆରି ହୋଇନାହିଁ । କାରଣ ଆମ ରଥ ଖୋଲାଯାଏ ନାହିଁ । ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ କେବଳ ମରାମତି କରାଯାଏ । ଏଣୁ ରଥକୁ କମ୍ ବେଶୀ କରିବାର ପ୍ରଶ୍ନ ହିଁ ଉଠୁ ନାହିଁ । ଏପଟେ ସଂସ୍କୃତି ବିଶେଷଜ୍ଞଙ୍କ କହିବା କଥା ବହୁ ପରୀକ୍ଷା ନୀରିକ୍ଷା ପରେ ଏହି ରଥ ବିଶ୍ୱର ବଡ ରଥର ମାନ୍ୟତା ପାଇଛି । ତେବେ କାହାର ସଂସ୍କୃତି ଓ ପରମ୍ପରାକୁ ନଜାଣି ଏଣୁତେଣୁ ବିବାଦ କରିବା ଠିକ୍ ନିୁହେଁ ।
Comments are closed.