ବଲିଉଡକୁ ନୂଆ ଏକ ବାୟୋପିକ ନେଇ ଆସୁଛନ୍ତି ତାପସୀ

ମୁମ୍ବାଇ: ଅପ୍ରେଲ ୩୦: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ଅଭିନୀତ ’ସାବାସ୍ ମିଟ୍ଠୁ’ର ରିଲିଜ ତାରିଖ ପ୍ରକାଶ ପାଇଛି। ଫିଲ୍ମର ପୋଷ୍ଟର ଶେୟାର କରି ଅଭିନେତ୍ରୀ ତାପସୀ ପନ୍ନୁ କହିଛନ୍ତି ଯେ ଏହା ଜୁଲାଇ ମାସରେ ରିଲିଜ ହେବାକୁ ଯାଉଛି। ତେବେ ’ସାବାସ୍ ମିଟ୍ଠୁ’ ଭାରତୀୟ କ୍ରିକେଟର ମିତାଲି ରାଜଙ୍କ କ୍ୟାରିୟର ବିଷୟରେ କହିବ। ବଡ ପରଦାରେ ସମସ୍ତଙ୍କୁ କୁହାଯିବ ଯେ ସେ କିପରି ଏକ ଆନ୍ତର୍ଜାତୀୟ ଖେଳାଳି ଭାବରେ ନିଜ କ୍ୟାରିୟରରେ ସଫଳତାର ଶିଖରରେ ପହଞ୍ଚିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ମିତାଲି ରାଜଙ୍କ କ୍ୟାରିଅର୍ ୨୩ ବର୍ଷର, ସେ କ୍ରମାଗତ ସାତଥର ୱାଣ୍ଡେରେ ଅର୍ଦ୍ଧ ଶତକ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ଏହା ସହିତ ସେ ୪ ଟି ବିଶ୍ୱକପ୍ରେ ଭାରତୀୟ କ୍ରିକେଟ୍ ଦଳର ନେତୃତ୍ୱ ନେଇଛନ୍ତି।ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରି ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟର ଶେୟାର କରିଛନ୍ତି। ତାପସୀ ଲେଖିଛନ୍ତି ‘ସେଝି ଝିଅଠାରୁ ଅଧିକ ଶକ୍ତିଶାଳୀ ଆଉ କେହି ହୋଇପାରିବେ ନାହିଁ, ଯାହା ପାଖରେ କିଛି କରି ଦେଖେଇବାର ସ୍ୱପ୍ନ ଅଛି । ଏହାକୁ ସଫଳ କରିବା ପାଇଁ ଯୋଜନା ଅଛି! ଏହା ହେଉଛି ଏମିତି ଏକ ଝିଅର କାହାଣୀ ଯିଏ ଏହି ‘ଜେଣ୍ଟଲମ୍ୟାନ୍ ଗେମ୍‘ରେ ନିଜର ସ୍ଥାନ ତିଆରି କରିପାରିଛି ଓ ବ୍ୟାଟ୍ ଧରି ନିଜ ସ୍ୱପ୍ନର ପଛରେ ଗୋଡେଇଛି। ତେବେ ସାବାସ ମିଟ୍ଠୁ ଦ ଅନହର୍ଡ ଷ୍ଟୋରୀ ଅଫ ୱିମେନ ଇନ୍ ବ୍ଲ୍ୟୁଦର ଏହି ଅକୁହା କାହାଣୀ ଜୁଲାଇ ୧୫ରେ ପରଦାକୁ ଆସିବ। ଆଇକନିକ୍ ଭାରତୀୟ ମହିଳା ଅଧିନାୟକଙ୍କ ଭୂମିକାକୁ ନ୍ୟାୟ ଦେବା ନେଇ ତାପସୀ ସ୍ୱତନ୍ତ୍ର କ୍ରିକେଟ୍ ତାଲିମ ନେଇଛନ୍ତି। ଫିଲ୍ମର ସୁଟିଂ ସମୟରେ ପ୍ରଶଂସକଙ୍କ କୌତୁହଳ ବଢାଇବା ପାଇଁ ତାପସୀ ଅନେକ ଫଟୋ ମଧ୍ୟ ଶେୟାର କରିଥିଲେ। ଲଣ୍ଡନ, ବ୍ରିଟେନର ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ସୁଟିଂ କରିବାକୁ ଅଭିନେତ୍ରୀ ବହୁତ ଉତ୍ସାହିତ ଥିଲେ ଏବଂ ସେଠାରୁ ସୁଟିଂରୁ ଫଟୋ ମଧ୍ୟ ଶେୟାର କରିଥିଲେ। ଶ୍ରୀଜୀତ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଓ ପ୍ରିୟା ଏଭେନଙ୍କ ଦ୍ୱାରା ଲିଖିତ ସାବାସ ମିଟ୍ଠୁନେଇ ଦର୍ଶନକ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏହା ପୂର୍ବରୁ ମାର୍ଚ୍ଚ ମାସରେ ’ସାବାସ୍ ମିଟ୍ଠୁ’ର ନିର୍ମାତା ଫିଲ୍ମର ଏକ ଟିଜର ରିଲିଜ କରିଥିଲେ। ୧ ମିନିଟ୍ର ଏହି ଟିଜର୍ରେ ଅଭିନେତ୍ରୀ ତାପସୀ ପନ୍ନୁ ଦର୍ଶକମାନଙ୍କ ଗର୍ଜନରରେ ଷ୍ଟାଡିୟମରେ ପାଦ ଦେଇଥିବା ଦେଖାଯାଇଥିଲା।

Launching Ceremony of “AYUSHMAN BHARAT

Comments are closed.