ଅଭିନେତ୍ରୀ ତାପସୀ ପନ୍ନୁ ଏବଂ ଫିଲ୍ମ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ଯୋଡ଼ି ପୁଣି ଥରେ ପରଦାରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି । ତାପସୀ ଅନୁଭବଙ୍କ ଫିଲ୍ମ ମୁଲ୍କ ଏବଂ ଥପzରେ କାମ କରିଛନ୍ତି । ଏହି ଦୁଇଠି ଫିଲ୍ମ ଦର୍ଶକଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଛି ।
ଥପz ଫିଲ୍ମ ପାଇଁ ତାପସୀ ଜାତୀୟ ଫିଲ୍ମ ପୁରସ୍କାରେ ସମ୍ମାନିତ ହୋଇଛନ୍ତି । ପୁଣି ଥରେ ଏହି ଯୋଡ଼ି ଏକତ୍ର ଆସୁଛନ୍ତି । ସୂଚନା ଅନୁଯାୟୀ ନିର୍ଦ୍ଦେଶକ ସୁଧୀର ମିଶ୍ରାଙ୍କ ଆଗାମୀ ଫିଲ୍ମରେ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମକୁ ଅନୁଭବ ସିହ୍ନା, ଟିସିରିଜର ମାଲିକ ଭୂଷଣ କୁମାର ପ୍ରଯୋଜନା ଦେବେ । ତେବେ ଏହି ଫିଲ୍ମ ମହାମାରୀର ବ୍ୟାକଡ୍ରପ୍ ଉପରେ ଆଧାରିତ ହେବ ।
ଫିଲ୍ମର କାହାଣୀ ସମ୍ପୂର୍ଣ୍ଣ ହୋଇଯାଇଛି । ଲିଡ୍ ରୋଲ୍ ପାଇଁ ତାପସୀଙ୍କୁ ମଧ୍ୟ କାଷ୍ଟ କରାଯାଇସାରିଛି । ତେବେ ଫିଲ୍ମକୁ ନେଇ ତାପସୀ କହିଛନ୍ତି, ପ୍ରଥମଥର ପାଇଁ ଏପରି ଫିଲ୍ମ ନିର୍ମାଣ ହେବାକୁ ଯାଉଛି, ଯାହା ଦୁଇଟି ପିଢିର ଏକ ସୋସିଆଲ ପଲିଟିକାଲ ଡ୍ରାମା କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି । ଏଥିସହ ସୁଧୀର ମିଶ୍ରା ପରି ନିର୍ମାତାଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ ଥିବା ତାପସୀ କହିଛନ୍ତି । ଶେଷଥର ତାପସୀ ନେଟଫ୍ଲିକ୍ସର ରିଲିଜ୍ ଫିଲ୍ମ ଲୁପ ଲପେଟାରେ ନଜର ଆସିଥିଲେ ।
ଆଗକୁ ତାଙ୍କର ଦୋବାରା, ବ୍ଲର ଏବଂ ଶାବାଶ ମିଠୁ ଫିଲ୍ମ ଆସୁଅଛି ।

Comments are closed.