ତାପସୀଙ୍କ ସହ କାମ କରିବାକୁ ମନା କରୁଛନ୍ତି ଏ-ଲିଷ୍ଟ ହିରୋ

ମୁମ୍ବାଇ: ବଲିଉଡ୍‌ର ଜଣେ ଆଗଧାଡ଼ିର ନାୟିକା ହେଉଛନ୍ତି ତାପସୀ ପନ୍ନୁ । ବୈଜ୍ଞାନିକ, ଓକିଲ, ହକି ଖେଳାଳି, ସୁଟର୍‌ ପରି ଅନେକ ଶକ୍ତିଶାଳୀ ଚରିତ୍ରକୁ ପରଦାରେ ଚମତ୍କାର ଢଙ୍ଗରେ ନିଜକୁ ପ୍ରଦର୍ଶିତ କରିପାରିଛନ୍ତି । ତାଙ୍କ ଅଭିନୟ କ୍ୟାରିଅର ଗ୍ରାଫ୍‌ ଉପରେ ଥିବା ବେଳେ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି । ନିକଟରେ ଏକ ଇଣ୍ଟରଭୁ୍ୟରେ ଅଭିନେତ୍ରୀ ତାପସୀ ଖୁଲାସା କରିଛନ୍ତି ଯେ ତାଙ୍କ ସହ ଏ-ଲିଷ୍ଟ ଅଭିନେତାମାନେ କାମ କରିବାକୁ ଚାହୁଁନାହାନ୍ତି ।

 ତାପସୀଙ୍କ ସହ କାମ କରିବାକୁ ମନା କରୁଛନ୍ତି ଏ-ଲିଷ୍ଟ ହିରୋ

ତେବେ ନାରୀକେନ୍ଦ୍ରିକ ଫିଲ୍ମରେ ଲୋକପ୍ରିୟ ହୋଇଥିବା ଅଭିନେତା ମଧ୍ୟ ତାଙ୍କ ସହ ସ୍କ୍ରିନ ସେୟାର କରିବାକୁ ଚାହୁଁନାହାନ୍ତି । କେବଳ ସେତିକି ନୁହେଁ ନୂଆ ଅଭିନେତାମାନେ ମଧ୍ୟ ଏପରି କରିବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି ତାପସୀ କହିଛନ୍ତି । ତାଙ୍କ କହିବା ଅନୁଯାୟୀ ଡବଲ ରୋଲ୍‌ ଥିବା ଫିଲ୍ମରେ ପୁରୁଷ କଳାକାର ଅଭିନୟ କରିବା ପାଇଁ ମନା କରିଦେଇଥିଲେ ।

 ତାପସୀଙ୍କ ସହ କାମ କରିବାକୁ ମନା କରୁଛନ୍ତି ଏ-ଲିଷ୍ଟ ହିରୋ

କାରଣ ସେହି ଅଭିନେତା ଜଣଙ୍କ କହିଥିଲେ ଯେ ଗୋଟିଏ ତାପସୀକୁ ସମ୍ଭାଳିବା କଷ୍ଟକର ହୋଇଥାଏ ଏବଂ ଫିଲ୍ମରେ ତ’ ଦୁଇଟି ଅଛନ୍ତି । ସେହିପରି ଆଉ ଜଣେ ଅଭିନେତାଙ୍କୁ ତାପସୀଙ୍କ ସହ କାମ କରିବା ପାଇଁ ଅଫର୍‌ କରାଯାଇଥିଲା, ଯିଏ ପୂର୍ବରୁ ହିଁ ତାଙ୍କ ସହ ଅଭିନୟ କରିଥିଲେ । ହେଲେ ଅଫର୍‌ ହୋଇଥିବା ଫିଲ୍ମକୁ ଅଭିନେତା ଜଣଙ୍କ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ କହିଥିଲେ ଯେ, ଫିଲ୍ମର ଶେଷରେ ନାରୀକୁ ହିଁ ସବୁ ସହାନୁଭୂତି ମିଳିବ । କେବଳ ସେତିକି ନୁହେଁ ତାପସୀ ଆହୁରି ମଧ୍ୟ କହିଛନ୍ତି ଯେ ଗୋଟିଏ କି ଦୁଇଟି ଫିଲ୍ମ କରିଥିବା ଅଭିନେତାଙ୍କୁ ସର୍ଟଲିଷ୍ଟ କରାଯାଇଥିଲା । ହେଲେ ସେମାନେ ହିଁ ଏହି ରୋଲ୍‌ ଦରକାର ନାହିଁ କହି ମନା କରିଦେଇଥିଲେ କାରଣ ସେମାନଙ୍କୁ ୧୦ ପ୍ରତିଶତ ସ୍କ୍ରିନ ମିଳିବ ବୋଲି କୁହାଯାଇ ଟ୍ରେନିଂ ଦିଆଯାଇଛି ।

 ତାପସୀଙ୍କ ସହ କାମ କରିବାକୁ ମନା କରୁଛନ୍ତି ଏ-ଲିଷ୍ଟ ହିରୋ

କିଛି ଦିନ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ‘ରଶ୍ମି ରକେଟ୍‌’ରେ ତାପସୀ ପନ୍ନୁ ନଜର ଆସିଥିଲେ । ତାପସୀଙ୍କ ହାତରେ ଏବେ ଢେରସାରା ପ୍ରୋଜେକଫ । ସେଥିମଧ୍ୟରୁ ‘ଲୁପ୍‌ ଲପେଟା’ , ‘ଶାବାଶ ମିଟ୍ଟୁ’ , ‘ଡିଏର ଆଣ୍ଡ୍‌ ଲଭଲୀ’ , ‘ଦୋବାରା’ ପରି ଫିଲ୍ମ ସାମିଲ ରହିଛି ।

Launching Ceremony of “AYUSHMAN BHARAT

Comments are closed.