ଆଡିଲେଡ : ମେଲବୋର୍ଣ୍ଣ ଆଡିଲେଡ ଓଭାଲ ଗ୍ରାଉଣ୍ଡ ରେ ଚାଲିଥିବା ଟି-ଟ୍ୱେଣ୍ଟି ବିଶ୍ୱକପ ର ଦ୍ଵିତୀୟ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି I ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ I
ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମେ ବ୍ୟାଟିଂ ୧୬୯ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୬ ଟି ୱିକେଟ୍ ହରାଇ ୧୬୮ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ତେବେ ଆଜିର ସେମିଫାଇନାଲ ମ୍ୟାଚରେ ଯେଉଁ ଦଳ ଜିତିବ ଆସନ୍ତା ନଭେମ୍ବର ୧୩ ରେ ମେଲବୋର୍ଣ୍ଣରେ ପାକିସ୍ତାନ ବିପକ୍ଷରେ ଖେଳିବ I
ଟିମ ଇଣ୍ଡିଆ ପକ୍ଷରୁ ଧୂଆଁଧାର ବ୍ୟାଟିଂ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା (୬୩) ଓ ବିରାଟ କୋହଲି (୫୦) I ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଓ ରାହୁଲ ଅଧିକ ସମୟ ଧରି କ୍ରିଜ୍ରେ ରହିପାରିନଥିଲେ ରାହୁଲ୍ । ଦଳୀୟ ସ୍କୋର ୯ ରନ୍ ହୋଇଥିବା ଲାଗିଥିଲା ପ୍ରଥମ ଝଟ୍କା । ଓପନର କେଏଲ୍ ରାହୁଲ୍ ବ୍ୟକ୍ତିଗତ ଭାବେ ୫ ରନ୍ କରି ଆଉଟ ହୋଇଥିଲେ । ରୋହିତ ବି ୨୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଏହାପରେ ବିରାଟ ଓ ହାର୍ଦ୍ଦିକ ପାଣ୍ଡ୍ୟା ଆସି ଦଳର ମଙ୍ଗ ସମ୍ଭାଳିଥିଲେ । ବିରାଟ ୪୦ ବଲ୍ରେ ୫୦ ରନ୍ ହାସଲ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩୩ ବଲରେ ୬୩ ରନ୍ କରିବାରେ ସକ୍ଷମ ହୋଇଛନ୍ତି । ଯାହାଫଳରେ ଭାରତ ମୋଟ ୨୦ ଓଭରରେ ୬ ଓ୍ୱିକେଟ୍ ହରାଇ ୧୬୮ ରନ୍ କରିବାରେ ସକ୍ଷମ ହୋଇଛି । ଇଂଲଣ୍ଡକୁ ସେମିଫାଇନାଲ ଜିତିବାକୁ ହେଲେ ନିର୍ଦ୍ଧାରିତ ଓଭରରେ ୧୬୯ ରନ୍ ହାସଲ କରିବାକୁ ପଡିବ ।
ସେହିପରି ଇଂଲଣ୍ଡ ପକ୍ଷରୁ ଇଂଲଣ୍ଡ ପକ୍ଷରୁ କ୍ରିସ୍ ଜୋର୍ଡାନ ୪ଓଭର ବୋଲିଂ କରି ୪୩ ରନ୍ ଦେଇ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଆଦିଲ ରସିଦ ଓ କ୍ରିସ୍ ଭୋକ୍ସ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି ।
ଟି -20 ବିଶ୍ୱକପ ରେ ୪୦୦୦ ରନ୍ ପୂରଣ କଲେ ବିରାଟ କୋହଲି
ଭାରତର ରନ ମେସିନ ଭାବରେ ଜଣାଶୁଣା ବିରାଟ କୋହଲି ଆଜି ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ୪୦୦୦ ରନ୍ ପୂରଣ କରିଛନ୍ତି । କୋହଲି ଆଜି ୪ ଚୌକ ଓ ଗୋଟିଏ ଛକା ବଳରେ ୩୯ ବଲରେ ୫୦ ରନ୍ କରିଥିଲେ। ଏହା ତାଙ୍କର ଟି -20 ଆନ୍ତର୍ଜାତୀୟ କ୍ୟାରିୟରର ୩୭ ତମ ଅର୍ଦ୍ଧ ଶତକ ଥିଲା I

Comments are closed.