ମୁମ୍ବାଇ: ଆଗାମୀ ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଘୋଷିତ ଏହି ଦଳକୁ ମୁଖ୍ୟ ଷ୍ଟ୍ରାଇକ୍ ବୋଲର ଯଶପ୍ରୀତ ବୁମରା, ହର୍ଷଲ ପଟେଲ ଫେରିଛନ୍ତି । ଏସିଆ କପରେ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତେ୍ୱ ଅଧିକାଂଶ ଖେଳାଳିଙ୍କୁ ଟିମରେ ରଖାଯାଇଛି । ଏସିଆ କପ ପରି ରୋହିତ ଶର୍ମା ଓ କେଏଲ ରାହୁଲ ଓପନିଂ କରିବେ ଓ ବିରାଟ କୋହଲି ୩ ନମ୍ବର ସ୍ଥାନରେ ଆସିବେ ।

ସେହିପରି ସୂର୍ଯ୍ୟକୁମାର ଯାଦବ ୪ ନମ୍ବର ସ୍ଥାନରେ ଓ ହାର୍ଦ୍ଦିକ ପାଣ୍ଡ୍ୟା ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ । ସୂର୍ଯ୍ୟକୁମାର ଯାଦବ ଓ ପାଣ୍ଡ୍ୟାଙ୍କ ଫର୍ମ ଉପରେ ଭାରତୀୟ ଦଳର ମଧ୍ୟକ୍ରମ ନିର୍ଭର କରିବ । ଅନ୍ୟପକ୍ଷରେ ନିମ୍ନ ମଧ୍ୟକ୍ରମ ବିଶେଷକରି ସ୍ଲଗ ଓଭରରେ ଅଭିଜ୍ଞ ଦିନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ବିଶ୍ୱକପରେ ଭାରତୀୟ ଦଳ ପାଇଁ ଉପଯୋଗୀ ସାବସ୍ୟ ହେବ । କି;ୁ ଏସିଆ କପ ପରି ଋଷଭ ପନ୍ତ ଓ କାର୍ତ୍ତିକଙ୍କ ମଧ୍ୟରୁ ଜଣକୁ ୧୧ ଜଣିଆ ଟିମରେ ରଖାଯାଇପାରେ । ବୋଲିଂ ବିଭାଗ ସମ୍ଭାଳିବେ ବୁମରା, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ହର୍ଷଲ ପଟେଲ । ସ୍ପିନ ବିଭାଗ ସମ୍ଭାଳିବେ ଆର.ଅଶ୍ୱୀନ, ଯୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ । ଅକେଫାବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର.ଅଶ୍ୱୀନ, ଯୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ହର୍ଷଲ ପଟେଲ । ଷ୍ଟାଣ୍ଡବାଇ ଖେଳାଳି : ମହମ୍ମଦ ସାମି, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର ।

Comments are closed.