ଆଡିଲେଡ : ଚାଲିଥିବା ବିଶ୍ୱକପ ଟି-ଟ୍ୱେଣ୍ଟି ମ୍ୟାଚ ର ଆଜି ଦ୍ଵିତୀୟ ସେମିଫାନଲ I ଆଜି ଦ୍ଵିତୀୟ ସେମିଫାଇନାଲ ରେ ଅଷ୍ଟ୍ରେଲିଆର ଆଡିଲେଡ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଇଣ୍ଡିଆ ଓ ଇଂଲଣ୍ଡ I ଆଜି ପ୍ରଥମେ ଟସ୍ ଜିତି ଇଂଲଣ୍ଡ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଥିବାବେଳେ ବ୍ୟାଟିଂ ପାଇଁ ପଡିଆକୁ ଓଲ୍ହାଇବ ଭାରତ ।
ଗତକାଲି ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପାକିସ୍ତାନ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି କରିଛି । ନ୍ୟୁଜିଲାଣ୍ଡ ଟିମ୍କୁ ୭ ଓ୍ୱିକେଟ୍ରେ ପରାସ୍ତ କରିଥିଲା ପାକିସ୍ତାନ । ତେଣୁ ଆଜିର ମ୍ୟାଚ ରେ ଯେଉଁ ଦଳ ଜିତିବ ଫାଇନାଲରେ ପାକିସ୍ତାନ ସହିତ ମୁହାଁମୁହିଁ ହେବ Iଓପନର୍ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ ଗ୍ରୁପ୍ -୨ ଶୀର୍ଷରେ ରହି ସୁପର -୧୨ ରାଉଣ୍ଡର ସେମିଫାଇନାଲରେ ପ୍ରବେଶ କରିଥିବାବେଳେ ଗ୍ରୁପ୍ -୧ ରେ ଇଂଲଣ୍ଡ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।
ଟିମ୍ ଇଣ୍ଡିଆ ସୁପର -୧୨ ରାଉଣ୍ଡରେ କେବଳ ଗୋଟିଏ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାସ୍ତ ହୋଇ ଅନ୍ୟ ୪ ଟି ମ୍ୟାଚ୍ ଜିତିଛି I ସେହିପରି ଇଂଲଣ୍ଡ ୫ ଟି ମ୍ୟାଚ ମଧ୍ୟରୁ ୩ ଟି ଜିତି ଗୋଟିଏ ମ୍ୟାଚରେ ହାରି ଥିବାବେଳେ, ବର୍ଷା ଯୋଗୁଁ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍ ବାତିଲ ହୋଇଥିଲା।
All Set 💪
Drop a message and wish #TeamIndia for the semi-final against England 📝#T20WorldCup | #INDvENG pic.twitter.com/bgQlSyGMGY
— BCCI (@BCCI) November 10, 2022

Comments are closed.