ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିରିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର,୧୩/୧: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିରିଆ ରାଷ୍ଟ୍ରଦୂତ ରିଆଦ୍‌ କାମେଲ ଆବାସ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ସିରିଆ ରାଷ୍ଟ୍ରଦୂତ କହିଛନ୍ତି। ମୁଖ୍ୟମନ୍ତ୍ରୀ ଗରିବଙ୍କ ପାଇଁ ଭଲ କାମ କରୁଛନ୍ତି। ଏହାସହ ସେ କିଟ୍‌କୁ ପ୍ରଶଂସା କରିଛନ୍ତି। ସେଠାରେ ୩୦ ହଜାର ଆଦିବାସୀ ପିଲା ପାଠ ପଢୁଛନ୍ତି ଏବଂ ତାଙ୍କୁ ଦେଖି ଭଲ ଲାଗିଲା ବୋଲି ସେ କହିଛନ୍ତି। ସେହିପରି ଆମେରିକା-ଇରାନ୍‌ ବିବାଦ ସଂପର୍କରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଯେଉଁଠି ଆମେରିକା ଅଛି ସେଠାରେ ବିପଦ ରହିଛି। ମଧ୍ୟପ୍ରାଚ୍ୟ ପାଇଁ ସେମାନଙ୍କ ପଲିସି ଓ ପ୍ରୋଗ୍ରାମ ଫେଲ୍‌ ମାରିଛି ବୋଲି ସିରିଆ ରାଷ୍ଟ୍ରଦୂତ କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.