ସ୍ୱିଜରଲାଣ୍ଡରେ ସର୍ବୋଚ୍ଚ କାଠ ଅଟ୍ଟାଳିକା

ଜୁରିଚ୍‌ : ଯେକୌଣସି କୋଠା ତିଆରି ପାଇଁ ସିମେଣ୍ଟ, ପଥର, ବାଲି ଏବଂ ଅନ୍ୟାନ୍ୟ ଜିନିଷ ବ୍ୟବହୃତ ହୁଏ । ହେଲେ ସ୍ୱିଜରଲ୍ୟାଣ୍ଡରେ ଏକ କୋଠା ନିର୍ମାଣ କରାଯାଉଛି ଯେଉଁଥିରେ ଏହି ଜିନିଷଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ବି ସାମଗ୍ରୀ ବ୍ୟବହାର କରାଯାଇ ନାହିଁ । ଏହି କୋଠାଟି ସମ୍ପୂର୍ଣ୍ଣ ଭାବେ କାଠରେ ନିର୍ମିତ ହେଉଛି । ସ୍ୱିଜରଲ୍ୟାଣ୍ଡର ଜୁରିଚ୍‌ ନିକଟ ୱିଣ୍ଟରଥର୍‌ ସହରରେ କାଠର ବ୍ୟବହାର କରି ଏହି ବିଲïି ନିର୍ମାଣ କରାଯାଉଛି ।

ସ୍ୱିଜରଲାଣ୍ଡରେ ସର୍ବୋଚ୍ଚ କାଠ ଅଟ୍ଟାଳିକା

ସାଧାରଣତଃ କାଠରୁ ଝରକା କିମ୍ବା ଛାତ ତିଆରି ହୋଇଥାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୱିଣ୍ଟରଥୁରରେ ୧୦୦ ମିଟର (୩୨୮ ଫୁଟ) ଉଚ୍ଚତା ବିଶିଷ୍ଟ ଏହି ଅଟ୍ଟାଳିକା ସମ୍ପୂର୍ଣ୍ଣ କାଠରେ ତିଆରି ହେଉଛି । କାନ୍ଥରୁ ଆରମ୍ଭ କରି କୋଠାର ଛାତ ପର୍ଯ୍ୟନ୍ତ ସବୁ କାଠରେ ତିଆରି ହେବ । ଏହି ବିଲïିଂକୁ ଡାନିଶ୍‌ ଫାର୍ମ ଶିମଟ୍‌ ହାମର୍‌ ଲାସେନ୍‌ ଆର୍କିଟେକଫସ୍‌ (ଏସ୍‌ଏଚ୍‌ଏଲ୍‌) ନିର୍ମାଣ କରିବ । ଏହି ପ୍ରକଳ୍ପର ନାମ ‘ରକେଟ୍‌ ଆଣ୍ଡ୍‌ ଟାଇଗରଲି’ ରଖାଯାଉଛି । ତେବେ ଏହି ଅଟ୍ଟାଳିକା ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ।

ସୂଚନା ଅନୁଯାୟୀ ଏହାର ନିର୍ମାଣ ପ୍ରକ୍ରିୟା ୨୦୨୬ ସୁଦ୍ଧା ଶେଷ ହେବ ବୋଲି ଆକଳନ କରାଯାଉଛି । ଏହି ଅଟ୍ଟାଳିକାରେ ୪ଟି କୋଠା ନିର୍ମାଣ ହେବ । ଏଥିମଧ୍ୟରୁ ଏକ ଟାୱରର ଉଚ୍ଚତା ୧୦୦ ମିଟର ହେବ । ଏଠାରେ ଲୋକମାନେ ସମସ୍ତ ପ୍ରକାରର ସୁବିଧା ପାଇବେ । ବଗିଚା, ଜିମ୍‌, ରେଷ୍ଟୁରାଣ୍ଟ, ସ୍କାଇ ବାର୍‌, ଦୋକାନ ଏବଂ ହୋଟେଲ ମଧ୍ୟ ରହିବାର ଯୋଜନା କରାଯାଇଛି । ସେହିପରି ପିଲାମାନଙ୍କ ଖେଳିବା ପାଇଁ ଏକ ଖେଳ ପଡ଼ିଆ ମଧ୍ୟ ରହିବ । ଡିଜାଇନର୍‌ମାନେ କହିଛନ୍ତି ଯେ ଏକ କାଠ ଅଟ୍ଟାଳିକା ନିର୍ମାଣର ଅନେକ ସୁବିଧା ଅଛି । ସେଗୁଡିକ ଶୀଘ୍ର ତିଆରି କରାଯାଇପାରିବ ।

ସ୍ୱିଜରଲାଣ୍ଡରେ ସର୍ବୋଚ୍ଚ କାଠ ଅଟ୍ଟାଳିକା

କଂକ୍ରିଟରୁ ଏକ କୋଠା ନିର୍ମାଣ ପାଇଁ ଅଧିକ ସମୟ ଲାଗେ । ଏପରିକି ଏହା ଶୁଖିବା ପାଇଁ ଅଧିକ ସମୟ ନିଏ । ସେହିପରି ବଡ଼ ବଡ଼ ବିଲïିଂ ତିଆରି କରିବା ବେଳେ ପ୍ରଦୂଷଣ ହୋଇଥାଏ, କିନ୍ତୁ କାଠର ସେପରି କିଛି ନାହିଁ । ନା ପ୍ରଦୂଷଣ ନା ଅଧିକ ପରିଶ୍ରମ । କେବଳ ସ୍ୱିଜରାଣ୍ଡରେ ନୁହେଁ ସମଗ୍ର ବିଶ୍ୱରେ କାଠର ବହୁ ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରାଯାଉଛି । ଆମେରିକାର ମିନିନେପୋଲିସରେ କାଠରେ ଏକ ୧୮ ମହଲା ବିଶିଷ୍ଟ ବିଲïିଂ ତିଆରି କରାଯାଇଛି । ସେହିଭଳି ୟୁରୋପୀୟ ଦେଶ ଅଷ୍ଟ୍ରିଆରେ ଏକ କାଠର ଟାୱାର ରହିଛି ।

Govt

Comments are closed.