ନାଏବ ସରପଞ୍ଚଙ୍କ ସନ୍ଦେହ ଜନକ ମୃତ୍ୟୁ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଗୁଣୁପୁର : ନାଏବ ସରପଞ୍ଚଙ୍କ ସନ୍ଦେହ ଜନକ ମୃତ୍ୟୁ । ଘର ଭିତରୁ ଉଦ୍ଧ।ର ହେଲା ମୃତଦେହ । ମୃତ ମହିଳା ହେଉଛନ୍ତି ରଞ୍ଜିତା ତ୍ରିପାଠୀ । ସେ ଗୁଣୁପୁର ବ୍ଲକ ଡମ୍ବସରା ପଞ୍ଚାୟତ ଆପନାଗୁଡା ଗାଁର ନରସିଂହ ତ୍ରିପାଠୀକୁ ବିବାହ କରିଥିଲେ ଏବଂ ଡମ୍ବସରା ପଞ୍ଚାୟତର ନାଏବ ସରପଞ୍ଚ ରହିଥିଲେ । ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ ରଞ୍ଜିତାଙ୍କ ପରିବାର ବର୍ଗ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଗୁଣପୁର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ବିବାହ ପରେ ରଞ୍ଜିତାଙ୍କୁ ସ୍ବାମୀ ମାନସିକ ନିର୍ଯାତନା ଦେବା ସହ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା । ସ୍ବାମୀକୁ ଅଟକ ରଖି ଗୁଣୁପୁର ପୋଲିସ୍ ତଦନ୍ତ ଜାରି ରଖିଛି ।

ସୂଚନାନୁସାରେ,ଗତକାଲି ଶୋଇଥିବା ଅବସ୍ଥାରେ ରଞ୍ଜିତାଙ୍କ ମୃତ୍ୟୁ ଘଟିଥିଲା । ତାଙ୍କୁ ସଂଗେ ସଂଗେ ପରିବାରବର୍ଗ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ରେ ଭର୍ତି କରିଥିଲେ ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଝିଅର ମାମୁଙ୍କୁ ଖବର ଦେଇଥିଲେ ଶ୍ୱଶୁର ଘର ଲୋକେ । ତେବେ ରଞ୍ଜିତାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ନେଇ ଭାଇ ଗୁଣୁପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଏହା ହତ୍ୟା ନା ଆତ୍ମହତ୍ୟା ଗୁଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Launching Ceremony of “AYUSHMAN BHARAT

Comments are closed.