ମହିଳା ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦୁଝର : ବନ୍ଦ ଘରୁ ଉଦ୍ଧାର ହେଲା ଡାକ୍ତରାଣୀଙ୍କ ମୃତ ଦେହ I ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି I କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳରୁ ଆସିଛି ଏଭଳି ଅଭାବନୀୟ ଖବର । ମୃତ ମହିଳା ଡାକ୍ତର ଜଣକ ହେଲେ ଶୁଭଶ୍ରୀ କର ବୟସ ୨୫। ବଡବିଲ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରି ତୁରନ୍ତ ଯୋଡା ସ୍ଥିତ ଟାଟା ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶୁଭଶ୍ରୀ କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳର ବନେଇକଳାଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ I ତାଙ୍କ ନିଜ ଘର କଟକ ଜିଲ୍ଲା ନିଆଳି ଅଞ୍ଚଳରେ Iସେ ଯୋଡାର ବନେଇକଳା ବସ୍ତିରେ ଥିବା ଯୋଡା ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକଙ୍କ ଘରେ ସେ ଭଡା ସୂତ୍ରରେ ରହୁଥିଲେ । ନୂଆବର୍ଷ ପାର୍ଟି ସାରି ନିଜ ଭଡ଼ାଘରକୁ ଫେରିଥିଲେ । ହେଲେ ସନ୍ଧ୍ୟା ସୁଦ୍ଧା କବାଟ ନ ଖୋଲିବାରୁ ପୁଲିସକୁ ଖବର ଦେଇଥିଲେ ଗୃହ ସହାୟିକା ଓ ପଡୋଶୀ । ପୋଲିସ ଘଟଣାସ୍ଥଳରେ ପହଂଚି ବହୁଚେଷ୍ଟା ପରେ କବାଟ ନଖୋଲିବାରୁ ବାଧ୍ୟହୋଇ କବାଟ ଭାଙ୍ଗି ଘରେ ପଶିଥିଲା । ଖଟ ଉପରେ ନିଶ୍ଚେତ ହୋଇ ପଡିଥିଲେ ଡାକ୍ତର ଶୁଭଶ୍ରୀ କର । ତୁରନ୍ତ ତାଙ୍କୁ ଉଦ୍ଧାର କରି ଟାଟାଷ୍ଟିଲ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଝିଅର ମୃତ୍ୟୁ ଖବର ଶୁଣି ପାରିନର ଲୋକେ ଯୋଡ଼ା ହସ୍ପିଟାଲ ରେ ପହଞ୍ଚି ଝିଅ ର ମୃତଦେହ ଧରି ଗାଁ କୁ ଫେରି ଯାଇଛନ୍ତି I ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ସଠିକ ତଥ୍ୟ ଜଣା ପଡି ନାହିଁ I ଗଟଣାରେ ପୋଲିସ ଅନୁସନ୍ଧାନ ଜାରି ରହିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଯୋଡା ପୁଲିସ କହିଛି ।

Govt

Comments are closed.