ନୂଆଗାଁ : ଶୈଳେନ୍ଦ୍ର ଜେନାଙ୍କ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତଙ୍କ ଆତ୍ମସମର୍ପଣ I ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲା ଫାଣ୍ଡିରେ ଆତ୍ମ ସମର୍ପଣ କଲେ ଅଭିଯୁକ୍ତ ବାପା-ପୁଅ ଦିପୁ ସାହୁ । ଉଭୟେ ଆଜି ଭୋର ସମୟରେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ଉଭୟଙ୍କୁ ଓଡ଼ଗାଁ ଥାନାକୁ ଆଣି ପଚରାଉଚରା କରୁଥିବାର ସୂଚନା ରହିଛି । ଏହି ଘଟଣାରେ ପୂର୍ବରୁ ଦିପୁ ସାହୁଙ୍କ ସ୍ତ୍ରୀ ସୁନୀତା ଓ ସହଯୋଗୀଙ୍କୁ ପୋଲିସ ଗିରଫ କରିଥିଲା ।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ପାଟକୁରାର ଦୋଳଗୋବିନ୍ଦ ଜେନାଙ୍କ ପୁଅ ଶୈଳେନ୍ଦ୍ରନାଥ ଜେନା କଟକରେ ଏକ ୱେବ୍ ଚ୍ୟାନେଲରେ ସାମ୍ବାଦିକ ଭାବେ ମଧ୍ୟ କାର୍ଯ୍ୟ କରିବା ସହିତ ଏଲଆଇସି ଏଜେଣ୍ଟ ଭାବରେ କାମ କରୁଥିଲେ। ତାଙ୍କ ଘର ନିକଟରେ ମୁଖ୍ୟ ଅଭିଯୁକ୍ତ ଥିବା ଦହିବରା ବ୍ୟବସାୟୀ ଦିପୁ ସାହୁ ଙ୍କ ଘର ଥିଲା I ଶୈଳେନ୍ଦ୍ର ଓ ଦିପୁ ସାହୁଙ୍କର କ୍ରମେ ଘନିଷ୍ଠତା ବଢିଥିଲା I ଏହାପରେ ଶୈଳେନ୍ଦ୍ର ଦିପୁ ସାହୁ ର ସ୍ତ୍ରୀ ସହିତ ଅନୈତିକ ସମ୍ପର୍କ ରଖିବାରୁ,ଦିପୁ ନିଜ ଗାଁ ନୟାଗଡ଼କୁ ପରିବାର ସହିତ ଚାଲି ଆସିଥିଲେ I
ଏହାପରେ ଗତ ୩ ତାରିଖ ଅପରାହ୍ନରେ ଶୈଳେନ୍ଦ୍ର ବକ୍ସିବଜାରର ଜଣେ ବନ୍ଧୁ ଜୟପ୍ରକାଶ ସାହୁଙ୍କ ସହିତ ଦୀପୁ ଘରକୁ ନୟାଗଡ଼ ର ନୂଆଗାଁ କୁ ଯାଇଥିଲେ । ଶୈଳେନ୍ଦ୍ର ୩ ତାରିଖ ରାତି ପ୍ରାୟ ୯ଟା ୩୦ ବେଳେ ପହଞ୍ଚିବା ପରେ ସେଠାରେ ଦୀପୁ ସମେତ ତାଙ୍କ ବାପା, ପତ୍ନୀ ଓ ଅନ୍ୟ ଜଣେ ବନ୍ଧୁ ମିଶି ଲୁହାରଡରେ ତାଙ୍କୁ ପିଟିପଟି ହତ୍ୟା କରିଥିବା କୁହାଯାଉଛି। ହତ୍ୟା କରାଯିବା ପରେ ଘର ଭିତରେ ଶୈଳେନ୍ଦ୍ରଙ୍କ ପୋଷାକ ପୋଡ଼ିବା ସହିତ ତାଙ୍କ ମୋବାଇଲ ଭାଙ୍ଗି ଗୁଣ୍ଡ କରି ଦେଇଥିଲେ। ଅଭିଯୁକ୍ତମାନେ ନିଜ ନିଜ ମୋବାଇଲ୍ ଫୋନ୍ ବି ଭାଙ୍ଗିଦେଇଥିବା କୁହାଯାଉଥିଲା। ଘର ଭିତରେ ଶୈଳେନ୍ଦ୍ରନାଥ ଜେନାଙ୍କୁ ହତ୍ୟା କରାଯିବା ପରେ ଜଙ୍ଗଲକୁ ନେଇ ତାଙ୍କୁ ଜଳାଇ ଦିଆଯାଇଥିଲା। ସେଠାରେ ତାଙ୍କ ଖପୁରୀ ଓ ହାଡ଼କୁ ମାର୍ତୁଲରେ ଗୁଣ୍ଡ କରି ଭଙ୍ଗାଯାଇଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ଏହି ଗୁଣ୍ଡକୁ ନିକଟରେ ଥିବା ଏକ ପୋଖରୀରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକଙ୍କ ପକ୍ଷରୁ ସ୍ପଷ୍ଟ ହୋଇଥିଲା। ଏହାପରେ ଫେରାର ହୋଇଯାଇଥିଲେ ଦିପୁ ଓ ତା ବାପା। ହତ୍ୟାକାଣ୍ଡର ୧୯ ଦିନ ପରେ ଆଜି ମୁଖ୍ୟ ଅଭିଯୁକ୍ତ ୨ ଜଣ ନୟାଗଡ଼ ଜିଲ୍ଲା ବାହାଡ଼ାଝୋଲା ଫାଣ୍ଡିରେ ଆତ୍ମ ସମର୍ପଣ କରିଛନ୍ତି I
Comments are closed.