ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସାବରିମାଳା ମନ୍ଦିର ପୂଜକଙ୍କ ପ୍ରଶଂସା

ସମୟ ଲାଇଭ,୧୪/୧୧:ବହୁଚର୍ଚ୍ଚିତ ସାବରିମାଳା ମନ୍ଦିରରେ ମହିଳା ପ୍ରବେଶ କରିବା ଘଟଣାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟକୁ ଆଜି ପୁନର୍ବିଚାର କରି ବୃହତ୍ତର ସାତଜଣିଆ ଖଣ୍ଡପୀଠକୁ ରେଫର୍‌ କରିଥିବା ନିଷ୍ପତ୍ତିକୁ ଗୁରୁବାର ଦିନ ସାବରିମାଲା ମନ୍ଦିରର ମୁଖ୍ୟ ପୁରୋହିତ ସ୍ୱାଗତ କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ପାଞ୍ଚଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ମଧ୍ୟରୁ ବିଚାରପତି ରୋହିଙ୍ଗ୍‌ଟନ୍‌ ଫଲି ନରିମାନ ଏବଂ ବିଚାରପତି ଚନ୍ଦ୍ରଚୂଡ଼ ପୂର୍ବ ରାୟର ବିରୁଦ୍ଧାଚରଣ କରି ମତ ଦେବାରୁ ସୁପ୍ରିମ୍‌ କୋର୍ଟ ଏହି ରିଭ୍ୟୁ ପିଟିସନ୍‌ଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ଖଣ୍ଡପୀଠକୁ ରେଫର୍‌ କରିଛନ୍ତି। ମନ୍ଦିରର ମୁଖ୍ୟ ପୁରୋହିତ ରାଜୀବରୁ କନ୍ଦାରାଉ କହିଛନ୍ତି ଯେ ଠାକୁର କୋଟି କୋଟି ବି ଲୋକଙ୍କର ପ୍ରାର୍ଥନା ଶୁଣିଛନ୍ତି।

Launching Ceremony of “AYUSHMAN BHARAT

Comments are closed.