ବେଆଇନ ଖଣି ଖନନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଜୁନ ୭: ଜଙ୍ଗଲ ଅନୁମତି ନଥାଇ ରାଜ୍ୟରେ ଜାରି ରହିଥିବା ବେଆଇନ୍‌ ଖଣି ଖନନ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଆସନ୍ତା ୬ ମାସ ମଧ୍ୟରେ ସେଭଳି ମାମଲାର ଫଇସଲା ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି । ଜଷ୍ଟିସ ଏମ୍‌.ଆର ଶାହା ଏବଂ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ଅନ୍ୟ କର୍ତ୍ତୃପକ୍ଷଙ୍କ ମଞ୍ଜୁରୀ ମିଳିନଥିଲେ ବି ଅନେକ ଖଣି ସଂସ୍ଥା ବେଆଇନ୍‌ ଭାବେ ଖନନ ଜାରି ରଖିଛନ୍ତି । ସେଠାରୁ ଖଣିଜ ଉତ୍ତୋଳନ ଜାରି ରହିଛି । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବାଲେଶ୍ୱର ଆଲଏଜ୍‌ ଲିମିଟେଡ୍‌ ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ଏହାର ଶୁଣାଣି କରି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ଯେ, ଜଙ୍ଗଲ ଅନୁମତି ବିନା ସବୁ ପ୍ରକାରର ଖନନ କାର୍ଯ୍ୟ ବେଆଇନ୍‌ । ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ବିନା ଖଣି ଖନନ ଏବଂ ଉତ୍ତୋଳନ କରିହେବ ନାହିଁ । ହାଇକୋର୍ଟ ଏଭଳି ନିର୍ଦ୍ଦେଶନାମା ଜାରି କରିବା ସହ ଖଣି କାର୍ଯ୍ୟର ନିରନ୍ତର ଅନୁମତି ଦେବା ଦୁର୍ଭାଗ୍ୟଜନକ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Govt

Comments are closed.