ଜମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା ମାମଲାରେ ୪ ସପ୍ତାହରେ ଜବାବ ଦେବାକୁ କେନ୍ଦକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

0

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଦେବା ପାଇଁ ଦାଖଲ ହୋଇଥିବା ଏକାଧିକ ଆବେଦନ ଉପରେ ଜବାବ ଦେବାକୁ ଶୁକ୍ରବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ଚାରି ସପ୍ତାହ ସମୟ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ବି.ଆର୍ ଗୱାଇ ଓ ଜଷ୍ଟିସ୍ କେ ବିନୋଦ ଚନ୍ଦ୍ରନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଶିକ୍ଷାବିତ୍ ଜହୁର ଅହମଦ ଭଟ୍ଟ ଓ ସାମାଜିକ-ରାଜନୈତିକ କର୍ମୀ ଅହମଦ ମଲିକଙ୍କ ସମେତ ଏକାଧିକ ଆବେଦନର ଶୁଣାଣି କରିଥିଲେ। ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ଫେରାଇ ଦେବା ପାଇଁ କେନ୍ଦ୍ର ସରକାର ଦେଇଥିବା ପୂର୍ବ ପ୍ରତିଶ୍ରୁତିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ କହିବାକୁ ଆବେଦନକାରୀମାନେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ ସୁପ୍ରିମ୍‌କୋର୍ଟଙ୍କ ଡିସେମ୍ବର ୨୦୨୩ ରାୟକୁ ସୂଚାଇଛନ୍ତି ଯେଉଁଥିରେ କୋର୍ଟ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିବା ସହ ଜମ୍ମୁ-କାଶ୍ମୀରରେ ଶୀଘ୍ର ନିର୍ବାଚନ କରିବା ଓ ପରେ ରାଜ୍ୟ ମାନ୍ୟତା ଫେରାଇ ଦେବା ପାଇଁ କୁହାଯାଇଥିଲା। ସେତେବେଳେ କେନ୍ଦ୍ର ସରକାର ରାଜ୍ୟ ମାନ୍ୟତା ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, ଯାହାକୁ ଆବେଦନକାରୀମାନେ ବର୍ତ୍ତମାନ କାର୍ଯ୍ୟକାରୀ କରିବାକୁ ଚାହୁଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କୁ ସୂଚନା ଦେଇଛନ୍ତି ଯେ, ଏହି ପ୍ରସଙ୍ଗରେ ଜମ୍ମୁ-କାଶ୍ମୀର ପ୍ରଶାସନ ସହ ଆଲୋଚନା ଚାଲିଛି।

Launching Ceremony of “AYUSHMAN BHARAT
Leave A Reply

Your email address will not be published.