ଦେଶରେ କରୋନାର ଭୟାଭୟ ଟିକେ କମିଲା ବେଳକୁ କରେନାର ନୂଆ ଭାରିଆଣ୍ଟ ଓମିକ୍ରନ୍ର ସଂଙ୍କଟ ଦେଖାଯାଇଛି । ଭାରତରେ ପ୍ରାୟ ୧୭ ଶହରୁ ଅଧିକ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଯାହା ଏକ ଚିନ୍ତାଜନକ କଥା । ସ୍ୱାସ୍ଥ୍ୟ ଅଧିକାରୀ କରୋନା ପ୍ରୋଟକଲ୍କୁ ମାନି ଚଳିବା ପାଇଁ ସତର୍କ କରାଉଥିଲା ବେଳେ ଡାକ୍ତରମାନେ ଶରୀରର ପ୍ରତିରକ୍ଷା ଶକ୍ତି ବୃଦ୍ଧି କରିବା ପାଇଁ ସଚେତନ କରାଉଛନ୍ତି । ଶରୀରରେ ପ୍ରତିରକ୍ଷା ଶକ୍ତି ବଢ଼ାଇବା ପାଇଁ ଏହିପରି କିଛି ଖାଦ୍ୟ ରହିଛି, ଯାହାକୁ ପ୍ରତିଦିନ ଖାଇଲେ କରୋନା ସଂକ୍ରମଣ ସହିତ ଅନ୍ୟାନ୍ୟ ସଂକ୍ରମଣରୁ ମଧ୍ୟ ରକ୍ଷା ମିଳିପାରିବ ।
ଘିଅ-ଆୟୁର୍ବେଦ ସଂସ୍କୃତି ଅନୁସାରେ, ଘିଅ ହେଉଛି ସହଜରେ ହଜମ ହେଇ ପାରୁଥିବା ଫ୍ୟାଟ୍ । ଘିଅ ଶରୀରକୁ ଗରମ ରଖିବା ସହିତ ପ୍ରତିରକ୍ଷା ଶକ୍ତି ବୃଦ୍ଧି କରେ । ଏହାସହିତ ଘିଅ ପାଚନ ଶକ୍ତିକୁ ଦୃଢ଼ କରେ ଏବଂ ଚର୍ମକୁ କୁଞ୍ଚନ ଓ ଫଟିବା ଆଦି ସମସ୍ୟାରରୁ ଦୂର କରେ ।
କନ୍ଦମୂଳ- ଭିଟାମିନ୍-ଏ, ପୋଟାସିୟମ୍ ଏବଂ ବହୁ ପୋଷକରେ ଭରପୂର କନ୍ଦମୂଳ କୋଷ୍ଠକାଠିନ୍ୟରୁ ରକ୍ଷା କରିବା ସହିତ ସଂକ୍ରମଣରୁ ରକ୍ଷା କରେ । ଏଥିରେ ଥିବା ଭିଟାମିନ-ଇ ଇମୁ୍ୟନିଟି ପାଇଁ ଉପଯୋଗୀ । କ୍ଷୀର ସିହତ କନ୍ଦମୂìଳ ଖାଇବା ବେଶ୍ ଲାଭଦାୟକ ।
ଅଁଳା- ଭିଟାମୀନ-ସିରେ ପରିପୂର୍ଣ୍ଣ ଅଁଳାକୁ ଇମୁ୍ୟନ ବୁଷ୍ଟର ଭାବେ ଜଣାଯାଏ । ଏଥିରେ ଭିଟାମିନ୍, ମିନେରାଲ ଏବଂ ଫାଇବର୍ ଭରପୂର ମାତ୍ରାରେ ମିଳେ ।
ଖଜୁରୀ-କେକ୍ଠାରୁ ଆରମ୍ଭ କରି ନାନା ପ୍ରକାରର ମିଠାରେ ଖଜୁରୀକୁ ବ୍ୟବହାର କରାଯାଏ । ଏଥିରେ ଥିବା କ୍ୟାଲସିୟମ ଦାନ୍ତ ଏବଂ ହାଡ଼ ପାଇଁ ଉପଯୋଗୀ । ଏହାଛଡ଼ା ଏଥିରେ ଥିବା ପୋଷକ ଶରୀରକୁ ଭିତରୁ ମଜଭୁତ କରାଇ ସଂକ୍ରମଣରୁ ରକ୍ଷା କରେ ।
ଗୁଡ଼- ଗୁଡ଼କୁ କାଢ଼ା ରୂପରେ ସେବନ କରିବା ଅତ୍ୟନ୍ତ ଉପଯୋଗୀ ବୋଲି ଆୟୁଷ ମନ୍ତ୍ରାଳୟ ନିକଟରେ ଘୋଷଣା କରିଛି । ସାଧାରଣ ଥଣ୍ଡାଜ୍ୱରଠାରୁ ଦୂରେଇ ରଖିବା ସହିତ ହଜମ ଶକ୍ତିକୁ ଗୁଡ଼ ବୃଦ୍ଧି କରେ । ଗୁଡ଼ରେ ଥିବା ଆଇରନ୍, ମ୍ୟାଗନେସିୟମ, ଜିଙ୍କ୍, ସେଲେନିୟମ୍ ଏବଂ ପୋଟାସିୟମ ଭଳି ଗୁଣକରୀ ପୋଷକ ପ୍ରତିରକ୍ଷା ଶକ୍ତି ବୃଦ୍ଧି କରେ ।
ବାଜରା-ନୁ୍ୟଟ୍ରିଏଣ୍ଟସ୍, ଭିଟାମିନ୍, ମିନେରାଲ ଏବଂ ଫାଇବରରେ ଭରପୂର ବାଜରା ଶରୀର ପାଇଁ ବହୁତ ଉପଯୋଗୀ । ବାଜରାରେ ଥିବା ଭିଟାମିନ୍-ବି ମାଂସପେଶୀକୁ ମଜଭୁତ କରାଏ ଏବଂ ଶୀତରୁ ଶରୀରକୁ ରକ୍ଷା କରେ । ବାଜରା ଏବଂ ଯଅ ଭଳି ଶସ୍ୟ ଜାତୀୟ ଖାଦ୍ୟ ମଧ୍ୟ ଶରୀରରେ ପ୍ରତିରକ୍ଷା ଶକ୍ତି ସୃଷ୍ଟି କରେ ।
ଅଦା- ଅଦାରେ ଥିବା ଅକ୍ସିଡେଟିବ ଏବଂ ଆଣ୍ଟି-ଇନ୍ଫ୍ଲେମେଟରୀ ଭଳି ତତ୍ତ୍ୱ ଗଳାର ସଂକ୍ରମଣକୁ ରୋକେ ଏବଂ ପାଚନ ଶକ୍ତିକୁ ବୃଦ୍ଧି କରେ । କାର୍ଡିଓବସୁ୍ୟଲର ରୋଗ(ହୃଦୟ ସମ୍ବନ୍ଧୀୟ ରୋଗ), କର୍କଟ, ପାଚନ ଏବଂ ବାନ୍ତି ଲାଗିବା ଭଳି ସମସ୍ୟାକୁ ଦୂର କରେ ।
ଖଟାଫଳ-ଲେମ୍ବୁ, କମଳା, ମୌସମ୍ବି ଭଳି ଖଟା ଫଳ ଖାଇଲେ ମଧ୍ୟ ଶରୀରର ପ୍ରତିରକ୍ଷା ଶକ୍ତି ବୃଦ୍ଧି ହୁଏ । ଖଟଫଳରେ ଭିଟାମିନ୍-ସି ଭଳି ତତ୍ତ୍ୱ ରହିଛି, ଶରରୀକୁ ଶକ୍ତି ଯୋଗାଇବା ସହିତ ଚର୍ମ ଓ କେଶକୁ ସୁସ୍ଥ୍ୟ ରଖେ ।
Comments are closed.