ବଲିଉଡ୍‌ ମୋ ଘର

ବଲିଉଡ୍‌ର ବେବି ଡଲ୍‌ ସନି ଲିଓନି ଖୁବ୍‌ ଶୀଘ୍ର ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ । ସନି ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ଏ ବିଷୟରେ ସୂଚନା ଦେଇଛନ୍ତି । ତେବେ ତାଙ୍କର ଏହି ଫିଲ୍ମର ଟାଇଟେଲ୍‌ କଣ ରହିବ ସେ ବିଷୟରେ କୌଣସି ସୂଚନା ମିଳି ନାହିଁ ।

ବଲିଉଡ୍‌ ମୋ ଘର

ଏହି କ୍ରମରେ ସନି ନିଜ ଫିଲ୍ମ କ୍ୟାରିୟରକୁ ନେଇ କିଛି କଥା ଦର୍ଶକଙ୍କ ସହ ସେୟାର କରିଛନ୍ତି । ଏକ ସାକ୍ଷାତକାରରେ ସନି କହିଛନ୍ତି ୧୦ ବର୍ଷ ମଧ୍ୟରେ ସେ ପୁରା ବଦଳି ଯାଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ବଲିଉଡ୍‌ରେ ତାଙ୍କର ଯାତ୍ରା ବେଶ୍‌ କଠିନ ଥିଲା କାରଣ କୌଣସି ନିର୍ଦ୍ଦେଶକ ତାଙ୍କ ସହ କାମ କରିବାକୁ ଚାହୁଁ ନ ଥିଲେ । ସନି କହିଛନ୍ତି ବଲିଉଡ୍‌ ଇଣ୍ଡଷ୍ଟ୍ରୀ ପ୍ରତି ମୋର ବହୁତ ଭଲ ପାଇବା ରହିଛି ।
ବଲିଉଡ୍‌ ମୋ ଘର

ମୋତେ ଏଠି ଯାହା ବି କାମ ମିଳିଛି ତାକୁ ନେଇ ମୁଁ ବହୁତ ଖୁସି । ଏଠି ମୋ କ୍ଷେତ୍ରରେ ଅନେକ ଭୁଲ୍‌ ନିଷ୍ପତ୍ତି ନିଆଯାଇଛି ତଥାପି ସେଥିପାଇଁ ମୁଁ ଚିନ୍ତିତ ନୁହେଁ କାରଣ ଏଥିରୁ ମୋତେ ବହୁତ କିଛି ଶିକ୍ଷା ମିଳିଛି । ବଲିଉଡ୍‌ ମୋ ଘର ଆଉ ଏଠି ପ୍ରତିମୁହୂର୍ତ୍ତକୁ ମୁଁ ଉପଭୋଗ କରିଥାଏ । ସନି କହିଛନ୍ତି ତାଙ୍କ ଅତୀତ ପାଇଁ ତାଙ୍କୁ ବଲିଉଡ୍‌ରେ କାମ ପାଇବାକୁ ବହୁ ସଂଘର୍ଷ କରିବାକୁ ପଡିଥିଲା ।

ବଲିଉଡ୍‌ ମୋ ଘର

କୌଣସି ଫିଲ୍ମ ନିର୍ମାତା ତାଙ୍କ ସହ କାମ କରିବାକୁ ଚାହୁଁ ନ ଥିଲେ । ଆଜି ବି ବହୁ ପ୍ରଡକ୍ସନ ହାଉସ୍‌ ମୋତେ କାମ ଦେବାକୁ ଚାହୁଁନାହାନ୍ତି । କିନ୍ତୁ ମୋତେ ସେମାନଙ୍‌କୁ ନେଇ କୌଣସି ସମସ୍ୟା ନାହିଁ । କାରଣ ଆଗକୁ ମୋତେ ସେମାନଙ୍କ ସହ କାମ କରିବାର ସୁଯୋଗ ମିଳିପାରେ ବୋଲି ମୁଁ ଆଶା ବି ରଖିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ସନି ୨୦୧୨ରେ ଫିଲ୍ମ ଜିସ୍ମ ୨ରୁ ବଲିଉଡ୍‌ ଡେବ୍ୟୁ କରିଥିଲେ ।

Comments are closed.