ଆଜି ଶପଥ ନେଲେ ବିଏମସି ମେୟର ପ୍ରାର୍ଥୀ

ଭୁବନେଶ୍ୱର: ଅପ୍ରେଲ ୦୯: ଆଜି ବିଏମସି ମେୟର ପ୍ରାର୍ଥୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ବିଏମସି କାର୍ଯ୍ୟାଳୟରେ ଶପଥ ନେଇଛନ୍ତି ନବ ନିର୍ବାଚିତ ମେୟର ସୁଲୋଚନା ଦାସ । ଏହାସହ ୬୭ ଜଣ ନିର୍ବାଚିତ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ପୌର ପ୍ରଶାସକ ସଂଗ୍ରାମଜିତ୍ ନାୟକ ମେୟର ଏବଂ ସମସ୍ତ କର୍ପୋରେଟରଙ୍କୁ ଶପଥ ପାଠ କରାଇଥିଲେ । ଆଜି ନବ ନିର୍ବାଚିତ ମେୟର ଓ ୬୭ଜଣ କର୍ପୋରେଟର ବିଏମସି କନଫରେନ୍ସ ହଲରେ ପହଞ୍ଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା ।ଏହାପରେ ଶପଥ ଗ୍ରହଣ ଉତ୍ସବ ହୋଇଥିଲା । ମେୟର ସୁଲୋଚନା ଦାସ ପ୍ରଥମେ ଶପଥ ନେବା ପରେ ଅନ୍ୟ ୬୭ଜଣ କର୍ପୋରେଟର ଶପଥ ନେଇଥିବାର ସୂଚନା ରହିଛି ।

Govt

Comments are closed.