ଗଣେଶ ପୂଜାରେ ପ୍ରସ୍ତୁତ କରନ୍ତୁ ‘ସୁଜି ଖୁଆ ଲଡୁ’

ସାମଗ୍ରୀ
ଛୋଟ ଦାନା ସୁଜି ଏକ କପ୍‌, ଘିଅ ଅଧାକପ୍‌, ଖୁଆ ସ୍ୱାଦ ଅନୁସାରେ, ଅଳ୍ପ ଗୁଜୁରାତି ଗୁଣ୍ଡ, ସଜାଇବା ପାଇଁ କିସ୍‌ମିସ୍‌, ଗୁଣ୍ଡ ଚିନି ଏକ କପ୍‌
ପ୍ରଣାଳୀ
ପ୍ୟାନ୍‌ରେ ଅଧାକପ୍‌ ଘିଅ ଗରମ କରନ୍ତୁ । ଏଥିରେ ଏକ କପ୍‌ ସୁଜି ପକାନ୍ତୁ (ଛୋଟ ଦାନା ସୁଜି) । ସୁଜିକୁ କିଛି ସମୟ ପର୍ଯ୍ୟନ୍ତ କମ ଆଞ୍ଚରେ ଭାଜନ୍ତୁ । ସୁଜିକୁ ଅଳ୍ପ ଗୋଲେïନ୍‌ ହେବା ପର୍ଯ୍ୟନ୍ତ ଭାଜନ୍ତୁ ।

ଗଣେଶ ପୂଜାରେ ପ୍ରସ୍ତୁତ କରନ୍ତୁ ‘ସୁଜି ଖୁଆ ଲଡୁ’

 

 

 

ସମସ୍ତ ଘିଅ ସୁଜିରେ ମିଶିଯିବା ପରେ ଏଥିରେ ଗ୍ରେଟେଡ୍‌ ଖୁଆ ମିଶାନ୍ତୁ । ଏହାପରେ ଏହାକୁ ଭଲକରି ଗୋଳାନ୍ତୁ । ଖୁଆ ମିଶିବା ପର୍ଯ୍ୟନ୍ତ ସୁଜିକୁ ଭାଜନ୍ତୁ । ଏଥିରେ ବର୍ତ୍ତମାନ ଅଧା ଚାମଚ ଗୁଜୁରାତି ଗୁଣ୍ଡ ପକାଇ ଗ୍ୟାସ ବନ୍ଦ କରିନିଅନ୍ତୁ । ଏକ ପ୍ଲେଟ୍‌କୁ କାଢି ଥଣ୍ଡା କରନ୍ତୁ । ହାତରେ ଧରିହେଉଥିବା ଭଳି ଗରମ ଥିବା ଅବସ୍ଥାରେ ଏଥିରେ ଗୁଣ୍ଡ ଚିନି ଏକ କପ୍‌ ମିଶାନ୍ତୁ । ହାତରେ ଭଲକରି ମିଶାଇ ନିଅନ୍ତୁ ।

ଗଣେଶ ପୂଜାରେ ପ୍ରସ୍ତୁତ କରନ୍ତୁ ‘ସୁଜି ଖୁଆ ଲଡୁ’

 

ଏହାପରେ ହାତରେ ଘିଅ ମାରି ଏହି ମିଶ୍ରଣକୁ ଲଡୁ ଆକାରରେ ଗଢନ୍ତୁ । ପ୍ରସ୍ତୁତ ହୋଇଗଲା ସୁଜି ଖୁଆ ଲଡୁ ।

Launching Ceremony of “AYUSHMAN BHARAT

Comments are closed.