ଭୁବନେଶ୍ୱର: ସେପ୍ଟେମ୍ବର ୧୭: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମଦିନ । ଆଜିକୁ ସେ ୭୧ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ଆଜିଠାରୁ ସେବା ଓ ସମର୍ପଣ ଅଭିଯାନ ଆରମ୍ଭ କରାଯିବ । ୨୦୧୪ ମସିହାଠାରୁ ବିଜେପି ପକ୍ଷରୁ ମୋଦିଙ୍କ ଜନ୍ମଦିନ ଅବସରରେ ସେବା ଦିବସ ଭାବେ ପାଳନ କରାଯାଉଛି । ଜନ୍ମଦିନ ଅବସରରେ ରେକର୍ଡ ଟିକାକରଣ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।
ଓଡ଼ିଶାର ଲୋକପ୍ରିୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଆରା ଢ଼ଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ପୁରୀ ବେଳାଭୂମିର ବାଲିରେ ମୋଦିଙ୍କ ଛବି ଆଙ୍କିଛନ୍ତି । ସେହି ଛବିକୁ ସେ ଛୋଟ ଛୋଟ ୨,୦୩୫ଟି ଶଙ୍ଖ ଓ ଶାମୁକାରେ ସଜାଇଛନ୍ତି । ଏହାସହିତ ସେ ବାଲିରେ ‘ଆପି ବାର୍ଥଡେ ମୋଦିଜୀ’ ଲେଖିଛନ୍ତି । ଏହି ଛବିର ଫଟୋ ଉଠାଇ ଟୁଇଟର୍ ମାଧ୍ୟମରେ ସୁଦର୍ଶନ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯାହାକୁ ଦେଶ ଓ ବିଦେଶର ବହୁ ଲୋକ ପସନ୍ଦ କରିଛନ୍ତି ।
Wishing Our Hon’ble Prime Minister @narendramodi ji on his birthday. May Mahaprabhu Jagannatha bless him with long and healthy life to serve mother India.
I’ve created a SandArt installation used 2035 sea shells with message #HappyBirthdayModiJi at Puri beach , Odisha . pic.twitter.com/uDTJGOLCFk— Sudarsan Pattnaik (@sudarsansand) September 17, 2021
ଅନ୍ୟପକ୍ଷେ, ଉତ୍ତରପ୍ରଦେଶର ବାରାଣସୀରେ ଧୂମଧାମରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯାଉଥିଲା ବେଳେ ବିଜେପି କର୍ମୀ ଓ ପ୍ରଶଂସକମାନେ ଦୀପଦାନ କରିବା ସହ ୭୧କେଜିର ଲଡୁ ବଣ୍ଟନ କରିଛନ୍ତି । ସେହିପରି ଆଜି ୭୧ଟି ମନ୍ଦିରରେ ଦୀପ ପ୍ରଜ୍ୱଳନ କରାଯିବାର ଆୟୋଜନ ରହିଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଟୁଇଟ୍ କରି ଶୁଭକାମନା ଜଣାଇଛନ୍ତି । ରାଷ୍ଟ୍ରପତି ଲେଖିଛନ୍ତି- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା । ସେ ସୁସ୍ଥ ରୁହନ୍ତୁ ଏବଂ ଦୀର୍ଘଜୀବୀ ହୁଅ;ୁ । ଏମିତି ଦେଶସେବାରେ ଲିପ୍ତ ରୁହ;ୁ ।

Comments are closed.