କୋଲକାତା: ଜାନୁଆରୀ ୨୨: ଫୁଟବଲ ତାରକା ତଥା ଭାରତୀୟ ଫୁଟବଲ ଟିମ୍ର ପୂର୍ବତନ କୋଚ୍ ସୁଭାଷ ଭୌମିକଙ୍କର ଆଜି ସକାଳେ ପରଲୋକ ଘଟିଛି । ଗତ ୩ ମାସ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ କୋଲକାତାର ଇକବାଲପୁର ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ଚିକିତ୍ସା ସମୟରେ ସେ କରୋନା ରୋଗରେ ସଂକ୍ରମିତ ହୋଇଥିଲେ । ତାଙ୍କର ବିୟୋଗରେ ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେନ ସଭାପତି ଗଭୀର ଶୋକ ପ୍ରକାଶ କରିଛନ୍ତି ।
୧୯୭୦ ମସିହାରେ ଏସିଆନ ଗେମ୍ରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ଅନେକ ବଡ଼ ବଡ଼ ଫୁଟବଲ୍ କ୍ଲବରେ ଷ୍ଟ୍ରାଇକର ଏବଂ ଖେଳାଳି ଭାବେ ସେ ଯୋଗ ଦେଇ ନିଜର ଦୃଢ଼ ପରିଚୟ ସୃଷ୍ଟି କରିପାରିଥିଲେ । ଏହି ସବୁ କ୍ଲବ ମଧ୍ୟରେ କୋଲକାତା ଜାଏଣ୍ଟ, ମୋହନ ବାଗନ, ଇଷ୍ଟ ବେଙ୍ଗଲ ଏବଂ ମହମ୍ମେଦାନ ସ୍ପୋର୍ଟିଂ କ୍ଲବ ଆଦି ରହିଛି । ୨୦୦୩ରେ ଏସିଆନ୍ ଟାଟଇଲ ପାଇଁ ଇଷ୍ଟ ବେଙ୍ଗଲ ତରଫରୁ ଲିଡ୍ କରି ସଫଳ ହୋଇଥିଲେ ।

Comments are closed.