ଗୃହରେ ସୁଭଦ୍ରା ତାତି,୧୧.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ଭୁବନେଶ୍ୱର: ରାଜ୍ୟରେ କାଲିଠାରୁ ସୁଭଦ୍ରା ଯୋଜନାର ପଞ୍ଜିକରଣ ଆରମ୍ଭ ହୋଇଛି । ଆଜି ଗୃହରେ ସୁଭଦ୍ରା ଯୋଜନାକୁ ନେଇ ହଙ୍ଗାମା କରିଛି ବିରୋଧୀ ବିଜେଡି ଦଳ । ରାଜ୍ୟରେ ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ଗୃହରେ ଦାବି କରିଛି ବିଜେଡି । ଏହାକୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇ ଗ୍ରୁଆହାରେ ହୋହାଲ୍ଲା କରିଥିଲା ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ସାଢ଼େ ଏଗାରଟା ଯାଏଁ ସ୍ଥଗିତ ରଖିଛନ୍ତି ।

ଆଜି ବିଧାନସଭା କାର୍ଯ୍ୟ ଆରମ୍ଭ ହେବା କ୍ଷଣି କଂଗ୍ରେସର ଦିବଂଗତ ନେତା ତଥା ପୂର୍ବତନ ବିଧାୟକ ଅଶ୍ୱିନୀ କୁମାର ଗୁରୁଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ । ବିରୋଧୀ ଦଳର ଉପ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ଦଳର ବିରୋଧୀ ଦଳ ନେତା ରାମଚନ୍ଦ୍ର କାଡ଼ାମ ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ । ଏହା ପରେ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟର ଏକ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ଗୃହ ବିଭାଗକୁ ପଚରା ଯାଇଥିବା ପ୍ରଶ୍ନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖୁଥିଲେ । ଏହାରି ମଧ୍ୟରେ ମୁଖ୍ୟ ବିରୋଧୀ ବିଜେଡ଼ି ନାରାବାଜି ଆରମ୍ଭ କରିଥିଲା । ସୁଭଦ୍ରା ଯୋଜନାର ମହିଳାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରାଯାଇ ନ ଥିବା ଅଭିଯୋଗ କରି ହଙ୍ଗାମା କରିଥିଲେ । ବିଜେଡ଼ି ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିଅମ୍ ନିକଟକୁ ଆସି ହୋହାଲ୍ଲା କରିଥିଲେ । ରାଜ୍ୟର ସବୁ ବର୍ଗର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ବାଚସ୍ପତି ବିରୋଧୀ ସଦସ୍ୟଙ୍କୁ ଆସନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଏ ସମ୍ପର୍କିତ ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଆଲୋଚନା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବ ବୋଲି ବାଚସ୍ପତି କହିଥିଲେ । କିନ୍ତୁ ବିରୋଧୀ ନ ଶୁଣି ନାରାବାଜି ଜାକି ରଖିଥିଲେ । ଫଳରେ ବାଚସ୍ପତି ଗୃହକୁ ସାଢ଼େ ଏଗାରଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

Govt

Comments are closed.