ଭୁବନେଶ୍ୱର : ଆଜି ସୁଭଦ୍ରା ସମୀକ୍ଷା ବୈଠକ । ବାଦ୍ ପଡିବେ ଅଯୋଗ୍ୟ ହିତାଧିକାରୀ । ଜଣେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେବେନି । ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମଗାଯାଇଛି ତଥ୍ୟ । ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରି ଚକିଆ ଥିବା ମହିଳାଙ୍କ ତଥ୍ୟ ମଗାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ କୁହାଯାଇଥିଲା । ସେହିପରି ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି ତାର ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ମଗାଯାଇଥିଲା । ୩ ବିଭାଗ ରିପୋର୍ଟ ଆଧାରରେ ଆଜି ବସିବ ସୁଭଦ୍ରା ସମୀକ୍ଷା ବୈଠକ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ତିନି ବିଭାଗକୁ ତଥ୍ୟ ମାଗିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ।
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ମହିଳାଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ସହାୟତା ରାଶି ସୁଭଦ୍ରା ଯୋଜନା ମାଧ୍ୟମରେ ପ୍ରଦାନ କରାଯାଉଛି। ଏଥିରେ ଅନେକ ମହିଳା ବଞ୍ଚିତ ଅଛନ୍ତି। ତେବେ ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଯେଉଁ ମହିଳାମାନେ ସୁଭଦ୍ରା ଟଙ୍କା ପାଇ ନାହାନ୍ତି, ସେମାନଙ୍କୁ ଟଙ୍କା ମିଳିବ। କାହିଁକି ବଞ୍ଚିତ ହେଲେ, ରାସନ କାର୍ଡ ସେମାନଙ୍କର ଅଛି କି ନାହିଁ ତାହା ସମୀକ୍ଷା ହେବ। ପୂର୍ବରୁ ଟଙ୍କା ପାଇଥିଲେ, ଏବେ ଦୁଇଟି ଯାକ କିସ୍ତି କଟିଯାଇଛି। ଏକା ବେଳକେ ସେମାନଙ୍କୁ ୨ଟି କିସ୍ତିର ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

Comments are closed.