ବେଡ୍‌ରୁମ୍‌କୁ ରଖନ୍ତୁ ଷ୍ଟାଇଲିସ୍‌

ସର୍ବଦା ସମସ୍ତେ ନିଜ ବେଡ୍‌ ରୁମ୍‌କୁ ସଫା ସହ କିଭଳି ବଡ ଦେଖାଯିବ ସେ ନେଇ ଚେଷ୍ଟା କରନ୍ତି । ତେବେ ଏଥିପାଇଁ କିଛିଟା ନିୟମ ଅଛି, ଯାହାକୁ ଅନୁକରଣ କଲେ ଆପଣଙ୍କ ବେଡ୍‌ରୁମ ବଡ ଲାଗିବା ସହିତ ଷ୍ଟାଇଲିସ୍‌ ମଧ୍ୟ ଦେଖାଯିବ । ସର୍ବଦା ଖଟରେ ଅଧିକ ତକିଆ ରଖନ୍ତୁ ନାହିଁ । ଅଧିକ ତକିଆ ରଖିବା ଫଳରେ କେବଳ ଖଟ ନୁହେଁ ପୂରା ରୁମ୍‌ ପୂରାପୂରା ଲାଗିଥାଏ । ସେହିଭଳି ଅଧିକ ତକିଆ ରଖିବା ଫଳରେ ଖଟକୁ ସଜାଇବାରେ ମଧ୍ୟ ଅସୁବିଧା ହୋଇଥାଏ । ତେଣୁ ଯେତିକି ଦରକାର ଅତି ବେଶିରେ ୩ଟି ତକିଆ ରଖନ୍ତୁ । ସେହିଭଳି ଯଦି ଆପଣ ବେଡ୍‌ରୁମ୍‌ରେ ଗଛକୁ ସାଜସଜ୍ଜା ସାମଗ୍ରୀ ଭାବେ ବ୍ୟବହାର କରୁଛନ୍ତି, ତେବେ ଗଛର ଚୟନ ଦିଗରେ ଧ୍ୟାନ ଦିଅନ୍ତୁ । ଏକାଠି ଦୁଇ ତିନୋଟି ଗଛ ରଖନ୍ତୁ ନାହିଁ । ଏହା ରୁମ୍‌କୁ ଭିଡ ଲୁକ୍‌ ଦେବ । ସେହିସ୍ଥାନରେ ଗୋଟିଏ ବଡ କିମ୍ବା ଦୁଇଟି ଛୋଟ ରଖନ୍ତୁ । ଏଭଳି କରିବା ଦ୍ୱାରା ରୁମ୍‌ ସଫା ଲାଗିବା ସହିତ ସୁନ୍ଦର ଦେଖାଯିବ । ସେହିଭଳି ଘରର କାନ୍ଥରେ ଟାଙ୍ଗୁଥିବା ସାମଗ୍ରୀ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଖୁବ୍‌ କମ ସାମଗ୍ରୀ କାନ୍ଥରେ ଟାଙ୍ଗନ୍ତୁ । ଯାହା ଘରକୁ ଏକ କ୍ଲାସିକ୍‌ ଲୁକ୍‌ ଦେବ ।

Launching Ceremony of “AYUSHMAN BHARAT

Comments are closed.