ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ସମୟ ଲାଇଭ,୫/୧୧: ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ରେ ଛାତ୍ର ଅଶାନ୍ତି ଦେଖାଦେଇଛି।ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ସମନ୍ୱିତ ବି.ଏଡ ଏମ.ଏଡ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷକ ଯୋଗୀୟତା ପରୀକ୍ଷା ରୁ ବଞ୍ଚିତ ହେଉଥିବା ରୁ ଆନ୍ଦୋଳନ ଦେଖାଦେଇଛି।ଏ ନେଇ ରାଜ୍ୟ ସରକାରକୁଁ ଓ ଜିଲ୍ଲାପ୍ରଶାସନ ଅବଗତି କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ, ଶେଷରେ ମଙ୍ଗଳବାର ଛାତ୍ରଛାତ୍ରୀ ମାନେ ପଦଯାତ୍ରା ରେ ଭବନେଶ୍ୱର ବାହାରିଛନ୍ତି। ଏ ଖବର ପଚାରିତ ହେବା ପରେ ଜିଲ୍ଲା ପ୍ରଶାସନ ର ଚେତା ଫେରିଛି।ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀ ଓ ପୋଲିସ ଅଧିକାରୀ ମାନେ ପହଁଚି ବୁଝାସୁଝା କରିଛନ୍ତି।ବଡ଼ସାହି ବିଧାୟକ ସନାତନ ବିଜୁଳି ଓ ସାରସକୋଣଆ ବିଧାୟକ ବୁଢ଼ାନ ମୁର୍ମୁ ପହଞ୍ଚି ଛାତ୍ର ଛାତ୍ରୀଆନ୍ଦୋଳନ କୁ ସମର୍ଥନ କରିଥିଲେ।ଶେଷରେ ତିନିଦିନ ଭିତରେ ଛାତ୍ର ଛାତ୍ରୀ କୋ ଦାବୀ ପୁରଣ ହେବ ବୋଲି ମୟୁରଭଞ୍ଜ ଜିଲାପାଳ ଲିଖିତ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।ତିନିଦିନ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ ହେବ ବୋଲି ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।

Launching Ceremony of “AYUSHMAN BHARAT

Comments are closed.