ଅବପାତର ରୂପ ନେଇଛି ବାତ୍ୟା,୪ ଜିଲ୍ଲାକୁ ରେଡ ଆଲର୍ଟ

ଭୁବନେଶ୍ବର : ଅବପାତରେ ପରିଣତ ହୋଇଛି ବାତ୍ୟା ଦାନ । ଏବେ ଉତ୍ତର ଓଡ଼ିଶା ଉପରେ ସକ୍ରିୟ ରହିଛି ଅବପାତ । ଭଦ୍ରକରୁ ୫୦ କିଲୋମିଟର ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରୁଛି। ସେହିପରି କେନ୍ଦୁଝରରୁ ୭୦ କିଲୋମିଟର ପୂର୍ବ ଦକ୍ଷିଣ ପୂର୍ବ ଦିଗରେ ଏହା ରହିଛି। କ୍ରମେ ପଶ୍ଚିମ ଦିଗକୁ ଗତି କରି ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେବ। ଏହା ପରାଭବରେ ୪ ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ I ଏହି ଜିଲ୍ଲା ଗୁଡିକ ମଧ୍ୟରେ ବାଲେଶ୍ବର, କେନ୍ଦୁଝର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା ରହିଛି ।

୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝରକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ସ୍କୁଲ ବନ୍ଦ ରହିଛି। ଏସବୁ ଜିଲ୍ଲାର କିଛି ସ୍ଥାନରେ ଅତି ମୂଷଳଧାରାରେ ବର୍ଷା ଅର୍ଥାତ୍ ୨୦ ସେଣ୍ଟିମିଟରରୁ ବି ଅଧିକ ହେବା ସମ୍ଭାବନା ରହିଛି ।

ଅନ୍ୟପଟେ ,ବାତ୍ୟା ଦୁର୍ବଳ ହେବ ପରେ ୨୫ ତାରିଖ ଠାରୁ କଟକ ,ଭୁବନେଶ୍ୱର ସମେତ ୧୭ ଜିଲ୍ଲାରେ ହାଲୁକରୁ ମାଧ୍ୟମ ଧରଣର ବର୍ଷ ଲାଗି ରହିଛି ଇ ଭୁବନେଶ୍ୱର ,କଟକରେ ୨୫ ତାରିଖ ଠାରୁ ମଧ୍ୟମ ଧରଣର ଲଗାଣ ବର୍ଷା ହୋଇଥିବା ବେଳେ, ଚାନ୍ଦବାଲି ରେ ସର୍ବାଧିକ ୧୫୮.୬ ମିମି.ବର୍ଷା ରେକର୍ଡ କରାଯାଇଛି l ସେହିଭଳି ବର୍ତ୍ତମାନ ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା ରେ ୭୦-୮୦ ବେଗରେ ପବନ, ଢେଙ୍କାନାଳ, ଜଗତସିଂପୁର, କଟକ, କେଉଁଝର ୬୫-୭୦ ବେଗରେ ବହୁଛି । ବାତ୍ୟା `ଦାନା’ ପ୍ରଭାବରେ ରାଜଧାନୀରେ ବର୍ଷା ଲାଗି ରହିଛି ।

ପାଣିପାଗ କେନ୍ଦ୍ରର ସୂଚନା ଆନୁସାରେ ଶୁକ୍ରବାର ସନ୍ଧ୍ୟା ୫ ଟା ମଧ୍ୟରେ ୨୩ .୨ ମିଲିମିଟର ବର୍ଷା ହୋଇଥିବା ବେଳେ ଲାଗି ରହିଛି ବର୍ଷା । ୨୬ ତାରିଖ ଦିନ ସାରା ଏଇଭଳି ପାଗ ଲାଗି ରହିବା ନେଇ ସୂଚନା ମିଳିଥିବା ବେଳେ ରବିବାର ଦିନ ପାଗରେ ପରିବର୍ତ୍ତନ ଆସିପାରେ ବୋଲି କୁହାଯାଇଛି ।

Launching Ceremony of “AYUSHMAN BHARAT

Comments are closed.