ଉଠିଲା ସେୟାର ବଜାର ,ସେନ୍ସେକ୍ସ ଏବଂ ନିଫ୍ଟି ର ପଏଣ୍ଟ ବୃଦ୍ଧି

ମୁମ୍ବାଇ : ଟ୍ରମ୍ପଙ୍କ ଟାରିଫ୍ ମାଡ଼ରେ ସୋମବାର ତଳମୁହାଁ ହୋଇଥିବା ଭାରତୀୟ ସେୟାର ବଜାର ମଙ୍ଗଳବାର ପୁଣି ମୁଣ୍ଡ ଟେକିଛି ଇ ମଙ୍ଗଳବାର ଆରମ୍ଭରୁ ଭଲ କାରବାର କରିଛି ବଜାର । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ବିଶିଷ୍ଟ ସେନସେକ୍ସ ଆଜି ୮୦୦ ପଏଣ୍ଟରୁ ବୃଦ୍ଧି ପାଇ ୧୨୦୦ ପଏଣ୍ଟ ରେ ପହଁଚିଞ୍ଚି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୨୫୦ ପଏଣ୍ଟ ବୃଦ୍ଧି ପାଇ ୨୨ ,୪୦୦ ଅତିକ୍ରମ କରିଛି ।

ଆରମ୍ଭରୁ ଉଭୟ ନିଫ୍ଟିଂ ଓ ସେନସେକ୍ସ ବଢ଼ିଥିବା ବେଳେ ପରେ କିଛି କମିଥିବା ନଜର ଆସୁଛି । ଏହାରି ଭିତରେ ଟାଟା ଷ୍ଟିଲ୍, ଟାଟା ମୋଟର୍ସରୁ ନେଇ ଆଦାନୀ ପୋର୍ଟସ୍ ସେୟାର ଗ୍ରୀନ୍ ଜୋନ୍‌ରେ କାରବାର କରୁଛି । ସୋମବାର ସେନସେକ୍ସ ୭୩ ହଜାର ୧୩୭.୯୦ ପଏଣ୍ଟରେ ବନ୍ଦ ହୋଇତିବା ବେଳେ ମଙ୍ଗଳବାର ୭୪ ହଜାର ୦୧୩.୭୩ ପଏଣ୍ଟରେ କାରବାର ଆରମ୍ଭ କରିଛି । ଏସୀୟ ବଜାରର ପୁନରୁଦ୍ଧାର ଏବଂ ଆମେରିକୀୟ ଫ୍ୟୁଚର୍ସରେ ମଜଭୁତି ଯୋଗୁଁ ବଜାରରେ ଏହି ବୃଦ୍ଧି ଘଟିଛି ।

ସୋମବାର ୨୨ ହଜାର ୧୬୧.୬୦ ପଏଣ୍ଟରେ ବନ୍ଦ ହୋଇଥିବା ନିଫ୍ଟି ଆଜି ୨୨ ହଜାର ୪୪୬.୭୫ ପଏଣ୍ଟରେ କାରବାର ଆରମ୍ଭ କରିଛି । କେବଳ ଭାରତ ନୁହେଁ ସୋମବାର ବିଶ୍ଵର ଏକାଧିକ ବଜାର ପ୍ରଭାବିତ ହୋଇଥିଲା । ଏହା ପରେ ଜାପାନ ଓ ହଂକଂର ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା ।

ଜାପାନର ନିକ୍କେଇ ୭ ପ୍ରତିଶତ ଅଭିବୃଦ୍ଧି କରିଥିବା ବେଳେ ହଂକଂର ହ୍ୟାଙ୍ଗସାଙ୍ଗ ଇଣ୍ଡେକ୍ସ ୩ ପ୍ରତିଶତ ବଢ଼ିଛି । ଏସବୁ ଭିତରେ ନିବେଶକଙ୍କ ନଜର ରହିଛି ଆରବିଆଇ ଉପରେ । ଆରବିଆଇର ମନିଟାରୀ ପଲିସି ବୈଠକର ନିଷ୍ପତ୍ତି ଏବଂ ଭାରତୀୟ କମ୍ପାନୀଗୁଡ଼ିକର ଚତୁର୍ଥ ତ୍ରୈମାସିକ ଫଳାଫଳ ଏହି ସପ୍ତାହକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି ।

ସୋମବାର ଘରୋଇ ସେୟାର ବଜାରରେ ଏକ ବଡ଼ ହ୍ରାସ ଦେଖାଯାଇଥିଲା। ବିଏସଇ ସେନସେକ୍ସ ୨,୨୨୬ ପଏଣ୍ଟ ହ୍ରାସ ପାଇ ୭୩,୧୩୭ରେ ଏବଂ ନିଫ୍ଟି ୭୪୩ ପଏଣ୍ଟ ହ୍ରାସ ପାଇ ୨୨,୧୬୧ରେ ବନ୍ଦ ହୋଇଥିଲା। ଏହା ୧୦ ମାସ ମଧ୍ୟରେ ବଜାରରେ ସବୁଠାରୁ ବଡ଼ ହ୍ରାସ ଥିଲା।

Launching Ceremony of “AYUSHMAN BHARAT

Comments are closed.