STF କବ୍ଜାରେ ବ୍ରାଉନସୁଗର ବେପାରୀ, ଜବତ ହେଲା ଅଧକିଲୋରୁ ଉର୍ଦ୍ଧ୍ବ ଧଳା ଜହର

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ଏସଟିଏଫ କୁ ବଡ଼ ସଫଳତା I କେନ୍ଦୁଝରରୁ ବିପୁଳ ପରିମାଣରେ ବ୍ରାଉନସୁଗାର ଜାତ ସହ ନିଶା ବେପାରୀଙ୍କୁ ଧରିଛି ଏସଟିଏଫ I ଜବତ ହୋଇଥିବା ବ୍ରାଉନ ସୁଗାର ୫୦୦ ଗ୍ର୫ଏମ୍ରୁ ଉର୍ଧ୍ଵ ହୋଇଥିବା ସହ ଏହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି I ନିଶା ବେପାରୀ ଦେବାନନ୍ଦ ସାମଲଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି I

ସୂଚନାନୁସାରେ,ଏକ ମାରୁତି ଅଲଟୋ କାରରେ ଏହି ଧଳାଜହର ଚାଲାଣ ହେଉଥିବାବେଳେ ଗୁଇନ୍ଦା ସୂତ୍ରରୁ ଏସଟିଏଫକୁ ଖବର ମିଳିଥିଲା । ଏସଟିଏଫ ଉକ୍ତ ମାରୁତି କାରକୁ ଅଟକାଇ ଯାଞ୍ଚ କରିବାବେଳେ ବ୍ରାଉନ ସୁଗାର ସହିତ ଆନନ୍ଦପୁର ଦେବାନନ୍ଦ ସାମଲଙ୍କୁ ଗିରଫ କରିଥିଲା । ଦେବାନନ୍ଦ ଆନନ୍ଦପୁର ଜୁଡ଼ିସିଆଲ କୋର୍ଟର ପିଅନ ଥିବା ଜଣା ପଡିଛି I ତାଙ୍କ ନାଁରେ କେସ ନମ୍ବର ୩୮୦, NDPS Act 1985 ରେ ତଦନ୍ତ ଜାରି ରଖିଛି ଏସଟିଏଫ । ଦେବାନନ୍ଦଙ୍କର ରାଜ୍ୟ ବାହାରର ନିଶା ବେପାରୀଙ୍କ ସହିତ ସମ୍ପର୍କ ଥିବା ଜଣା ପଡିଛି I ଏହି ବ୍ରାଉନ ସୁଗାର କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ଏସଟିଏଫ ପକ୍ଷରୁ ତଦନ୍ତକୁ ଜାରି ରହିଛି I

ସେହିପରି କମିଶନରେଟ ପୁଲିସ ହାତରେ ୪ ଜଣ ଗଞ୍ଜେଇ ମାଫିଆ ପଡ଼ିଛନ୍ତି। ଓଡ଼ିଶାରୁ ବାହାର ରାଜ୍ୟକୁ ଚାଲାଣ ହେଉଥିଲା ଗଞ୍ଜେଇ । କାର ସହ ଚାରି ବେପାରୀଙ୍କୁ ମାଡି ବସିଛି କ୍ରାଇମ ସ୍ପେଶାଲ ୟୁନିଟ । କାର ଭିତରୁ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । କାର ଯୋଗେ ବିହାର ଚାଲାଣ ହେଉଥିଲା ଗଞ୍ଜେଇ । ଏ ନେଇ ସୂଚନା ଦେଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ

Launching Ceremony of “AYUSHMAN BHARAT

Comments are closed.