ପର୍ବପର୍ବାଣୀ ଆସିଲେ ଭଲଭଲ ଖାଦ୍ୟ ଖାଇବାର ଇଚ୍ଛା ବଢିଯାଇଥାଏ । ତେବେ ଏହି ସମୟରେ କେତେ ଜଣ ନିଜ ସ୍ୱାସ୍ଥ୍ୟ କାରଣରୁ ଭଲ ଖାଇବାକୁ ପଛାଇଥାଆନ୍ତି । ହେଲେ ତାଙ୍କ ପାଇଁ ନିଜକୁ ରୋକିବା କଷ୍ଟକର ହୋଇପଡେ । ତେବେ ଏଭଳି କିଛି ଉପାୟ ରହିଛି ଯାହାକୁ ଧ୍ୟାନ ଦେଲେ ପର୍ବପର୍ବାଣୀରେ ମଧ୍ୟ ବିଭିନ୍ନ ପ୍ରକାରର ତେଲ, ମସଲା, ମିଠା ଖାଦ୍ୟରୁ ଦୂରେଇ ରହିବା ।
ନିୟନ୍ତ୍ରଣରେ ରଖନ୍ତୁ ଇଚ୍ଛା :
ଖାଇବା ଉପରେ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ପ୍ରଥମେ ମାନସିକ ସ୍ତରରେ ଏଥିନିମନ୍ତେ ପ୍ରସ୍ତୁତ ହେବାକୁ ପଡିଥାଏ । ତେଣୁ ନିଜର ଇଚ୍ଛାକୁ ଚିହ୍ନନ୍ତୁ । ଯଦି କୌଣସି ଖାଦ୍ୟକୁ ଖାଇବାକୁ ବେଶି ଇଚ୍ଛା ହେଉଛି ତେବେ ଏହା ଠାରୁ ଦୂରରେ ରୁହନ୍ତୁ । ସେହିଭଳି କେଉଁ କାରଣରୁ ଆପଣଙ୍କ ଖାଇବାକୁ ବେଶି ଇଚ୍ଛା ହୋଇଥାଏ ତାହା ମଧ୍ୟ ଜାଣି ସେଥିରୁ ଦୂରେଇ ରୁହନ୍ତୁ ।
ଖାଆନ୍ତୁ ସ୍ୱାସ୍ଥ୍ୟକର ଖାଦ୍ୟ :
ଏହି ସମସ୍ୟରେ ସର୍ବଦା ପେଟପୁରା ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ, ଯେପରି ଅନ୍ୟ ଜଙ୍କ ଫୁଡ୍ ଖାଇବାକୁ ଇଚ୍ଛା ନହେବ । ଏହି ସମୟରେ ସକାଳର ଜଳଖିଆକୁ ମନଭରି ପେଟ ଫୁଲ୍ କରି ଖାଆନ୍ତୁ, ଯାହା ଫଳରେ ପୂରା ଦିନ ଆଉ ତେଲ ମସଲା ଯୁକ୍ତ ଖାଦ୍ୟ କିମ୍ବା ମିଠା ଖାଇବାକୁ ଇଛା ହେବ ନାହିଁ ।
ସମୟରେ କରନ୍ତୁ ଭୋଜନ : ଖାଇବାର ଇଚ୍ଛାକୁ ନିୟନ୍ତ୍ରଣ କରିବାକୁୁ ସବୁଠାରୁ ବଡ ଅସ୍ତ୍ରହେଲା ସଠିକ୍ ସମୟରେ ନିଜର ଖାଦ୍ୟ ଖାଇବା । ସବୁବେଳେ ସଠିକ୍ ସମୟରେ ଜଳଖିଆ ହେଉ କିମ୍ବା ଭାତ ଖାଆନ୍ତୁ । ଯାହାଫଳରେ ଆଉ ଅଲଗା ଜଙ୍କ ଫୁଡ୍ କିମ୍ବା ମିଠା ଖାଇବାର ଇଛା ହୋଇନଥାଏ ।
Comments are closed.