ସେପ୍ଟେମ୍ବର ୧୭ ରୁ ଆବାସ ଦିବସ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଆବାସ ଦିବସ ପାଳନ କରିବେ ରାଜ୍ୟ ସରକାର । ୨ଟି ପର୍ଯ୍ୟାୟରେ ରାଜ୍ୟରେ ଆବାସ ଦିବସ ପାଳନ କରାଯିବ । ପ୍ରତି ଜିଲ୍ଲା, ପୌରସଂସ୍ଥାରେ ପ୍ରଧାନମନ୍ତ୍ରୀ ଆବାସ ମେଳା ଆୟୋଜନ ହେବ । ଏନେଇ ସବୁ ଜିଲ୍ଲପାଳଙ୍କୁ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଚିଠି ଲେଖିଛନ୍ତି ।

ଏହି ମେଳା ଆସନ୍ତାକାଲିଠୁ ଦୁଇଟି ପର୍ଯ୍ୟାୟରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ । ଆସନ୍ତାକାଲିଠୁ ଅକ୍ଟୋବର ୧୬ ପର୍ଯ୍ୟନ୍ତ ୱାର୍ଡ ସ୍ତରୀୟ ଶିବିର ଆୟୋଜନ ହେବ । ଏହା ପରେ ଆସନ୍ତା ଅକ୍ଟୋବର ୧୬ରୁ ୩୧ ପର୍ଯ୍ୟନ୍ତ ପ୍ରତ୍ୟେକ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ମେଳା ହେବ । ଏହା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ ମଧ୍ୟ କରାଯାଇପାରିବ ।

ଆସନ୍ତାକାଲି ରାଜ୍ୟ ସରକାର ହିତାଧିକାରୀଙ୍କୁ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି । ନଭେମ୍ବରରେ ଦିଆଯିବ ପିଏମ୍‌ ଆବାସର କାର୍ଯ୍ୟାଦେଶ । ନୂଆ ପିଏମ୍‌ ଆବାସ ସର୍ଭେରେ ୩୫ ଲକ୍ଷ ହିତାଧିକାରୀ ଆବେଦନ କରିଥିଲେ । ନଭେମ୍ବର ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ ଏବଂ କାର୍ଯ୍ୟାଦେଶ ପ୍ରକ୍ରିୟା ଆରମ୍ଭ ହେବ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

Launching Ceremony of “AYUSHMAN BHARAT

Comments are closed.